ନିର୍ଦ୍ଦେଶ ଦେଲେ ଅନୁ ଗର୍ଗ ,ଅଫିସରଙ୍କ ଛୁଟି ମଧ୍ୟ ବାତିଲ

ରାଜ୍ୟରେ ବଡ଼ ବନ୍ୟା ପରିସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ବୈଠକ । ସବୁ କଲେକ୍ଟର ଙ୍କ ସହ ବିସ୍ତୃତ ଭାବେ ଆଲୋଚନା ହୋଇଛି। ସବୁ ବିଭାଗର ସିନିସର୍ ଅଫିସର୍ ଏହି ବୈଠକ ରେ ଉପସ୍ଥିତ ଥିଲେ। ୩ ଦିନ ପର୍ଯ୍ୟନ୍ତ ବହୁତ୍ ବର୍ଷା ହେବାର ସମ୍ଭାବନା ଅଛି। ରାଜ୍ୟର ୪ ଟା ଜିଲ୍ଲାରେ ରେଡ୍ ଆଲର୍ଟ ଦିଆ ଯାଇଛି ଓ ଅନ୍ୟ ଜାଗାରେ ଅରେଞ୍ଜ ଆଲର୍ଟ ଦିଆ ଯାଇଛି

ଆଜି ସମସ୍ତ କଲେକ୍ଟର ମାନଙ୍କୁ ମଧ୍ୟ ଆର୍ଲଟ କରି ଦିଆ ଯାଇଛି। ବର୍ତ୍ତମାନ ସର୍ବମୋଟ ୯୫୩ ମିମି ବର୍ଷା ହୋଇଛି। ସାଧାରଣତଃ ଏହି ସମୟରେ ୭୫୩ ମୀମି ବର୍ଷା ହୋଇଥାଏ । ସରକାରଙ୍କ ତରଫରୁ ସବୁ ଅଫିସରଙ୍କ ଛୁଟି ମଧ୍ୟ ବାତିଲ କରି ଦିଆ ଯାଇଛି। ପରିସ୍ଥିତି କୁ ସମ୍ଭାଳିବା ପାଇଁ ୩ ଶିନିସର୍ ଅଫିସରଙ୍କୁ ଦାୟିତ୍ବ ଦିଆ ଯାଇଛି।

ଭଦ୍ରକ, ବାଲେଶ୍ୱର ଓ ଯାଜପୁର କୁ ମଧ୍ୟ ପଠାଇ ଦିଆଯାଇଛି। ଜଳ ସମ୍ପଦ ବିଭାଗ ତରଫରୁ ମଧ୍ୟ ଅଫିସର ମାନଙ୍କୁ ପଠାଇ ଦିଆ ଯାଇଛି। ବାଲେଶ୍ୱରରେ ଜଣେ ଆଡିସନାଲ୍ ଚିଫ୍ ଇଞ୍ଜିନିୟରଙ୍କୁ ପଠାଇ ଦିଆ ଯାଇଛି। ପ୍ରତ୍ୟେକ ବିଭାଗ ତରଫରୁ ସଜାଗ କରି ଦିଆ ଯାଇଛି।

ସବୁ କଲେକ୍ଟରଙ୍କ ସହ କଥା ହୋଇଛି। ଓଡ଼୍ରାଫ୍ ମଧ୍ୟ ପଠାଇ ଦିଆ ଯାଇଛି। ୪୯ ବ୍ଲକ୍, ୯୪୬ ଗାଁ, ୫୧୫୦୦୦ ଲୋକ ହଇରାଣ ହୋଇଥିବା ବେଳେ ୨.୩୭ ଲୋକଙ୍କୁ ଉଦ୍ଧାର କରାଯାଇଛି ଓ ୨୯୩ କ୍ୟାମ୍ପ ରେ ଉଦ୍ଧାର କରି ରଖା ଯାଇଛି।

ଶକ୍ତି ବିଭାଗ ତରଫରୁ TPNODL ତରଫରୁ ସବୁ ସିନିସର୍ ଅଫିସର୍ ଅଛନ୍ତି। ନଗର ଉନ୍ନୟନ ବିଭାଗ ତରଫରୁ ମଧ୍ୟ ଅଫିସର ଅଛନ୍ତି। ୫୦୦୦ କୁଇଂଟାଲ ଗୋ ଖାଦ୍ୟ ମଧ୍ୟ ଦିଆ ଯାଇଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ମେଡ଼ିସିନ୍ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ମଧ୍ୟ ଦିଆ ଯାଇଛି। ଜଳ ସମ୍ପଦ ବିଭାଗ ତରଫରୁ ରାତି ଦିନ ସର୍ଭିଲାନ୍ସ ଚାଲିଛି।

କୁମ୍ଭୀର ଆତଙ୍କ ପାଇଁ ମଧ୍ୟ ଲୋକଙ୍କୁ ଆଲର୍ଟ ମଧ୍ୟ କରା ଯାଉଛି। ଲୋକଙ୍କୁ ସବୁ ମାଇକ୍ ଜରିଆରେ ମଧ୍ୟ ଜଣାଇ ଦିଆ ଯାଉଛି କି ପାଣି ଠାରୁ ଦୂରରେ ରୁହନ୍ତୁ।

ଏହି ସମୟରେ ଘରୁ ନ ବାହାରିବା ସହ ଟିକେ ଦାୟିତ୍ୱବାନ୍ ରହିବା ପାଇଁ ଅନୁରୋଧ କରାଯାଇଛି।

ଯେଉଁ ଜାଗାରେ ରିଲିଫ୍ ପହଞ୍ଚି ପାରି ନାହିଁ ସେହି ସବୁ ଜାଗାରେ ଅନୁଧ୍ୟାନ କରି ରିଲିଫ୍ ପହଞ୍ଚାଇଦିଆ ଯିବ।

ସବୁ ନଦୀ ଧୀରେ ଧୀରେ ପାଣି କମୁଥିବା ବେଳେ ପୁଣି ବର୍ଷା ପାଇଁ ଜଳସ୍ତର ବଢ଼ିପାରେ ତେଣୁ ସରକାର ସଜାଗ ଅଛନ୍ତି।

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!