ଅବସର ନେଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ

ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର ଏବଂ ପୁଲିସର ଆଧୁନିକୀକରଣ କ୍ଷେତ୍ରରେ ଓଡ଼ିଶା ପୁଲିସ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଚାକିରିର ବିଦାୟୀ ଦିନରେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଏଭଳି କିଛି ରିପୋର୍ଟ ପ୍ରଦାନ କରିଛନ୍ତି । ରବିବାର ଓଡ଼ିଶା ପୁଲିସ ଭବନ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଡିଜିପି ଖୁରାନିଆଙ୍କୁ ବିଦାୟକାଳୀ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ସେ ବିଦାୟୀ ଅଭିଭାଷଣ ରଖିଥିଲେ ।

ଡିଜିପି ଖୁରାନିଆ କହିଥିଲେ, ୩୧ ମାର୍ଚ୍ଚ ୨୦୨୬ରେ ଓଡ଼ିଶାକୁ ନକ୍ସଲମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଥିଲା । ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଧିପତ୍ୟ ବିସ୍ତାର କରିଥିବା ମାଓବାଦୀ ହିଂସା ବିରୋଧରେ ଓଡ଼ିଶା ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀର ମିଳିତ ଅଭିଯାନ ଯୋଗୁଁ ଏହି ସଫଳତା ମିଳିଛି । ଏହି ଅଭିଯାନରେ ଦୁଇଜଣ କେନ୍ଦ୍ରୀୟ କମିଟି ସଦସ୍ୟ ଚଲପତି ଓ ଗଣେଶ ଉଇକେଙ୍କ ସମେତ ୨୯ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ବେଳେ ୮୩ ଜଣ ମାଓବାଦୀ ଆତ୍ମସମର୍ପଣ ଏବଂ ୧୫ ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ୧୭୬ଟି ଅସ୍ତ୍ରଶସ୍ତ୍ର ଓ ୧୫୯ଟି IED ଜବତ କରାଯାଇଛି। ଡିସେମ୍ବର ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ବହୁ ସଂଖ୍ୟାରେ LWE କ୍ୟାଡରଙ୍କ ଆତ୍ମସମର୍ପଣ ଏହି ଅଭିଯାନର ସଫଳତାକୁ ଆହୁରି ସ୍ପଷ୍ଟ କରିଛି।
ନକ୍ସଲ ବିରୋଧୀ ଅଭିଯାନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ପୂର୍ବତନ ସେନା କର୍ମଚାରୀଙ୍କୁ ନେଇ ୩ଟି ଅତିରିକ୍ତ OSSF ବାଟାଲିୟନ୍ ଗଠନ କରାଯାଇଛି ଏବଂ ଏଥିପାଇଁ ୩,୦୦୯ଟି ପଦ ଅନୁମୋଦନ କରାଯାଇଛି। ସୁରକ୍ଷା ବାହିନୀଙ୍କ ପାଇଁ ରିସ୍କ ଆଲାଉନ୍ସ ବୃଦ୍ଧି କରାଯାଇଥିବା ବେଳେ ସଂଶୋଧିତ Surrender & Rehabilitation Policy ଅଧୀନରେ ଆତ୍ମସମର୍ପଣକାରୀଙ୍କ ପାଇଁ ସର୍ବାଧିକ ₹୧.୨୦ କୋଟି ପର୍ଯ୍ୟନ୍ତ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି। ଏହି ପ୍ରୋତ୍ସାହନ ମାଓବାଦୀ ମାନଙ୍କୁ ହିଂସାର ପଥ ଛାଡ଼ି ମୁଖ୍ୟଧାରାକୁ ଫେରିବା ପାଇଁ ଯଥେଷ୍ଟ ପ୍ରେରଣା ଯୋଗାଇଛି ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!