ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ

ଚନ୍ଦ୍ରଶେଖରପୁର ଥାନା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହାଉସିଂବୋର୍ଡ କଲୋନୀ ସରକାରୀ କ୍ବାଟରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସୁଜାତା ରାଣି କର । ଦୁଇ ମାସ ହେବ ସେ ଚନ୍ଦ୍ରଶେଖରପୁର ଥାନାରେ ନିଯୁକ୍ତ ହୋଇଥିଲେ ।

ଗତକାଲି ବାନ୍ତି ହେବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ବିଷ କ୍ରିୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଏନେଇ ତଦନ୍ତ କରିଛି । ମୃତ ହୋମଗାର୍ଡଙ୍କ ଗୋଟିଏ ପୁଅ ଓ ଝିଅ ରହିଛନ୍ତି। ୬ ମାସ ପୁର୍ବେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା ।

ତାଙ୍କ ଝୁରି ଝୁରି ଏପରି ମୃତ୍ୟୁ ହୋଇଥିବା ତାଙ୍କ ମାଆ ସୂଚନା ଦେଇଛନ୍ତି । ଏନେଇ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଗିରିଶ ମହାରଣା କହିଛନ୍ତି ସ୍ବାମୀଙ୍କ ମୃତ୍ୟୁ ପାଇଁ ଅବସାଦ ଥିଲେ। ତାଙ୍କର ମୃତ୍ୟୁ ପାଇ ଆମେ ଯାହା ସହାୟତା ହୋଇପାରିବୁ ସେନେଇ ବ୍ୟବସ୍ଥା କରୁଛୁ।

Post Views14 Total Count

Apply Now


This will close in 0 seconds

error: Content is protected !!