ଆଜି ଦେଶ ପାଳୁଛି ସୁଶାସନ ଦିବସ । ମହାନ କାଳଜୟୀ କବି, ଓଜସ୍ୱୀନି ବକ୍ତା, ଅଜୟ ରାଜନେତା, ସର୍ବୋପରି ଭାରତର ସଫଳ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ। ତାଙ୍କରି ଜୟନ୍ତୀକୁ ଦେଶ ପାଳୁଛି ସୁଶାସନ ଦିବସ ଭାବେ। ୟୁପିରେ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନ ମନ୍ତ୍ରୀ ମୋଦି ସାମିଲ ହେବାକୁ ଥିବା ବେଳେ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁଶାସନ ଦିବସରେ ହେବେ ସାମିଲ।ଅଟଳ ବିହାରୀ ବାଜପେୟୀ ।
ଭାରତୀୟ ରାଜନୀତିର କାଳଜୟୀ ଅଜାତଶତ୍ରୁ। ସାଇନିଂ ଇଣ୍ଡିଆର ସ୍ରଷ୍ଟା, ଦକ୍ଷ ସୁଦୃଢ ପ୍ରଶାସକ ହିନ୍ଦୁସ୍ତାନର ସଫଳ ଓ ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ । ଅପରେସନ ଶକ୍ତିର ସେନାପତି । ସ୍ଵର୍ଣ୍ଣଚତୁର୍ଭୁଜର ଶିଳ୍ପୀକାର। ତାଙ୍କର ଦକ୍ଷତା ନେତୃତ୍ଵ ଓ ସୁଶାସନକୁ ମର୍ମେ ମର୍ମେ ଅନୁଭବ କରିଥିଲେ ଦେଶବାସୀ। ୧୯୨୪ ମସିହା ଆଜିର ଦିନରେ ମଧ୍ୟ ପ୍ରଦେଶ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବାଜପେୟୀ ।

