ଗୁମୁରି କାନ୍ଦୁଛନ୍ତି ମମତା, ହସୁଛନ୍ତି ମୋଦି

ପଶ୍ଚିମବଙ୍ଗ ରାଜନୀତିରେ ବିଜେପିର ଐତିହାସିକ ବିଜୟ । କଡ଼ା ମୁକାବିଲାରେ ଶାସକ ଟିଏମସି ୮୩ ଆସନରେ ବିଜୟୀ ହେବାକୁ ସକ୍ଷମ ହୋଇଛି । ବିଜେପି ୨୦୪ ଆସନ ହାତେଇବାରେ ସକ୍ଷମ ହୋଇଛି । ପ୍ରଥମ ଥର ପାଇଁ ବଙ୍ଗରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ଦଳୀୟ ଶିବିର ଉତ୍ସବ ମୁଖର ।

୧୫ ବର୍ଷ ପରେ କ୍ଷମତା ପରିବର୍ତ୍ତନ । ପଶ୍ଚିମବଙ୍ଗରେ ପ୍ରଥମ ଥର ଫୁଟିଲା ପଦ୍ମ। ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୨୦୪ ଆସନରେ ଆଗୁଆ ରହିଛି । ମ୍ଯାଜିକ ନମ୍ବର ୧୪୮କୁ ସହଜରେ ଅତିକ୍ରମ କରି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ସରକାର ଗଠନ କରିବାକୁ ଯାଉଛି । ଟିଏମସି ୮୩ ଆସନ ହାତେଇବାକୁ ସକ୍ଷମ ହୋଇଛି । ପ୍ରାୟ ଦେଢ ଦଶନ୍ଧି ପରେ ଦିଦିଙ୍କୁ ଶକ୍ତ ଧକ୍କା ଲାଗିଛି । ଭବାନୀପୁର ଆସନରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ଆଗରେ ରହିଛନ୍ତି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଭବାନୀପୁରେ ପଛୁଆ ରହିଥିବା ବେଳେ ନନ୍ଦିଗ୍ରାମରେ ଆଗରେ ରହିଛନ୍ତି ।

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବରହମପୁର ଆସନରେ ପରାସ୍ତ ହୋଇଛନ୍ତି । ଟିଏମସିର ବହୁ ହେଭିୱେଟ ପଛରେ ପଡ଼ିଥିବା ଦେଖାଯାଇଛି । ଚଳିତ ନିର୍ବାଚନରେ ରେକର୍ଡ ୯୨.୯% ମତଦାନ ହୋଇଛି।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!