ପ୍ରବଳ ବର୍ଷାରେ ବେହାଲ ହୋଇଛି ରାଜଧାନୀ । ପ୍ରବଳ ଗରମ ଭିତରେ ମୌସୁମୀର ଆଗମନ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଆଣି ଦେଇଛି । ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଆଜି ବର୍ଷା ହୋଇଛି ।
ମୌସୁମୀ ଲାଗି ପାଗ ଅନୁକୂଳ ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।ଏଣେ ଆସନ୍ତା ତିନି ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ପୁରୀ, ଖୋର୍ଦ୍ଧା (ଭୁବନେଶ୍ବର), ଜଗତସିଂହପୁର, କେନ୍ଦ୍ରାପଡ଼ା,ଭଦ୍ରକ, ରାୟଗଡ଼ା, ଗଜପତି, ଗଂଜାମ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।
ଏହି ଜିଲ୍ଲା ଗୁଡିକରେ ବର୍ଷା, ବିଜୁଳି ଓ ଘଡ଼ଘଡ଼ି ଆଶଙ୍କା ଥିବାରୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ।

