ଆକାଶରୁ ବର୍ଷୁଛି ନିଆଁ। ସକାଳ ହେଲେ କଲବଲ କରୁଛି ଖରା । ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଗାଁଠୁ ରାଜଧାନୀ ସବୁଠି । ରାଜ୍ଯରେ ହିଟ୍ଓ୍ୱେଭ ନେଇ ୯ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି SRC । ହିଟ୍ଓ୍ୱେଭ ଆଡଭାଇଜରି କଡ଼ାକଡ଼ି ଜାରି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ୯ଜିଲ୍ଲା ହେଲା ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୋନପୁର, ମାଲକାନଗିରି, ସୁନ୍ଦରଗଡ଼, ନୂଆପଡ଼ା, କନ୍ଧମାଳ । ପିକ୍ ଆଓ୍ୱାରରେ ଖରାରେ କାମ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ଟା ଯାଏ ବାହାର କାମ ବନ୍ଦ ରହିବ ।ଖରାରେ କ’ଣ କରିବା ନ କରିବା ନେଇ ଲୋକଙ୍କୁ ସଚେତନ କରାଇବ ଜିଲ୍ଲା ପ୍ରଶାସନ । ନିର୍ଦ୍ଦେଶନାମା ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ରହିବାକୁ ଡାକ୍ତର ମଧ୍ଯ ପରାମର୍ଶ ଦେଇଛନ୍ତି ।
Related Posts
ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଦକ୍ଷିଣ-ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ…
ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ
ଆନ୍ଧ୍ରପ୍ରଦେଶର ନିକଟବର୍ତ୍ତୀ ହେଉଛି ବାତ୍ୟା । ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଉପକୂଳ ମୁହାଁ…
ରାଜ୍ୟରେ କୋହଲା ପାଗ ଜାରି
ଦୁର୍ବଳ ହୋଇଛି ସକ୍ରିୟ ଲଘୁଚାପ । ଏହାସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୩.୧ କିମି ଉଚ୍ଚତା ଯାଏଁ ବ୍ୟାପିଛି ।…

