ମେଟା କିଛି ଉପଭୋକ୍ତାଙ୍କୁ ଏକ ବଡ଼ ଝଟକା ଦେଇଛି ମେଟା ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ ସେବା ଦେବାକୁ ସଦସ୍ୟତା ସବସ୍କ୍ରିପସନ୍ ଘୋଷଣା କରିଛି । ୟୁରୋପୀୟ ୟୁନିଅନର ଚାପ ପରେ ଏହି ପଦକ୍ଷେପ ନିଆଯାଇଛି ।
ଏହା ଭାରତର ଉପଭୋକ୍ତାମାନଙ୍କୁ ସେମାନଙ୍କର ଫେସବୁକ ଓ ଇନଷ୍ଟାଗ୍ରାମ ଫିଡରେ ବିଜ୍ଞାପନ ପ୍ରଦାନ ଜାରି ରଖିବ । କିନ୍ତୁ ଯଦି ଏହି ସବସ୍କ୍ରିପସନ୍ ଯୋଜନାଗୁଡିକ EU ରେ ଲୋକପ୍ରିୟ ହୁଏ ତେବେ ଏହା ସମ୍ଭବ ଯେ ମେଟା ମଧ୍ୟ ଏହି ସେବାକୁ ଭାରତରେ ଲାଗୁ କରାଇପାରେ ।
ଏହି ଯୋଜନାଗୁଡିକର ମୂଲ୍ୟ ୱେବ୍ ପାଇଁ ମାସକୁ ୯.୯୯ ୟୁରୋ (ପ୍ରାୟ ୮୮୫ ଟଙ୍କା) ଏବଂ ସ୍ମାର୍ଟଫୋନ୍ (ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍) ପାଇଁ ମାସକୁ ୧୨.୯୯ ୟୁରୋ (ପ୍ରାୟ ୧୧୪୫ ଟଙ୍କା) ହେବ । ୟୁରୋପରେ ୧୮ ବର୍ଷରୁ ଅଧିକ ବୟସର ଉପଭୋକ୍ତାଙ୍କ ପାଇଁ ଏହି ବିଜ୍ଞାପନମୁକ୍ତ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଯୋଜନା ଉପଲବ୍ଧ କରିବ ବୋଲି ମେଟା ଘୋଷଣା କରିଛି । ଏହି ଯୋଜନାଗୁଡିକ ସ୍ୱିଜରଲ୍ୟାଣ୍ଡ, ୟୁରୋପୀୟ ୟୁନିଅନ୍ ଏବଂ ୟୁରୋପୀୟ ଅର୍ଥନୈତିକ କ୍ଷେତ୍ରରେ ଉପଲବ୍ଧ ହେବ ।

