୭ଟି ଜିଲ୍ଲାର ୧୨ ନୂଆ NAC ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଯେଉଁଥିରେ ରହିଛି ଅନୁଗୋଳର ପାଳଲହଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ୱରର ସିମୁଳିଆ ଏବଂ ବସ୍ତା, ମୟୁରଭଞ୍ଜର ବେତନଟୀ ବାଙ୍ଗିରିପୋଷୀ, ଚିତ୍ରଡା, ରାୟଗଡାର ବିସମ କଟକ, ସମ୍ୱଲପୁରର ବାମରା ଏବଂ ରେଙ୍ଗାଲି, ଭଦ୍ରକର ତିହିଡି ଏବଂ ଧୂଷୁରୀ ।
ନୂଆ NAC ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମସ୍ତ ଅଞ୍ଚଳବାସୀ ଖୁସି ପ୍ରକାଶ କରିଥିବା ସୂଚନା ମିଳିଛି ।

