ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଓ ‘ଅପରେସନ ସିନ୍ଦୂର’ର ସଫଳତାର କାହାଣୀ ବଖାଣିବା ପାଇଁ ଭାରତର ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି । ଶଶୀ ଥରୁରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଅଛନ୍ତି । ସେଠାରେ ଭାରତୀୟ ଦୂତାବାସରେ ଅନୁଷ୍ଠିତ ବୈଠକରେ ଆଲୋଚନା ବେଳେ କଂଗ୍ରେସ ସାଂସଦ ଶଶି ଥରୁର ଭାରତର ଅପରେସନ ସିନ୍ଦୂରକୁ ଭୂୟଁସୀ ପ୍ରଶଂସା କରିଛନ୍ତି ।
ଶଶି ଥରୁର କହିଛନ୍ତି, ‘‘ଭାରତ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ସ୍ମାର୍ଟ ଆକ୍ରମଣ କରିଛି । ମୁଁ ସରକାରଙ୍କ ପାଇଁ କାମ କରୁନାହିଁ, ଆପଣମାନେ ଜାଣିଛନ୍ତି, ମୁଁ ବିରୋଧୀ ଦଳ ପାଇଁ କାମ କରେ । ହେଲେ, ଭାରତ ପାକିସ୍ତାନ ଉପରେ ଯେଉଁ ସ୍ମାର୍ଟ ୱେରେ ଆକ୍ରମଣ କରିଛି ତାହା ପ୍ରଶଂସାଯୋଗ୍ୟ ।’

