ବର୍ଷେ ବଢ଼ିଲା ରିଜର୍ଭ ବ୍ୟାଙ୍କରେ ମାଇକେଲ୍ ଦେବବ୍ରତ ପାତ୍ରଙ୍କ କାର୍ଯ୍ୟକାଳ

ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଥିବା ଓଡ଼ିଆ ଅଧିକାରୀ ମାଇକେଲ୍ ଦେବବ୍ରତ ପାତ୍ରଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ଏକ ବର୍ଷ ବଢ଼ାଇଛନ୍ତି। ସେ ଏହି ପଦରେ ୨୦୨୫ ଜାନୁଆରି ପର୍ଯ୍ୟନ୍ତ କାମ କରିବେ।

୨୦୨୦ରେ ତାଙ୍କୁ ତିନି ବର୍ଷ ପାଇଁ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ରିଜର୍ଭ ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ ବିଭାଗ ଯଥା ମୁଦ୍ରାନୀତି, ଅର୍ଥନୈତିକ ଗବେଷଣାର ଦାୟିତ୍ବରେ ଅଛନ୍ତି। ସେ ମୁଦ୍ରାନୀତି କମିଟିର ମଧ୍ୟ ଜଣେ ସଦସ୍ୟ। କଟକରେ ଜନ୍ମ ହୋଇଥିବା ଶ୍ରୀ ପାତ୍ର ରେଭେନ୍ସା କଲେଜ ଓ ଉତ୍କଳ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିବା ସହ ଆଇଆଇଟି-ବମ୍ବେରୁ ଅର୍ଥନୀତିରେ ପିଏଚ୍ଡି କରିଛନ୍ତି।

ସେ ହେଉଛନ୍ତି ୧୯୮୫ ବ୍ୟାଚ୍ର ଆର୍ବିଆଇ ଅଫିସର। ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦରେ ନିଯୁକ୍ତ ହେବା ପୂର୍ବରୁ ସେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାମ କରୁଥିଲେ। ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ସେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ପାଇଁ କାମ କରିଥିଲେ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!