୪ ରାଜ୍ୟର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ମନୋରଂଜନ ପାଣିଗ୍ରାହୀ

୧୯୮୮ ବ୍ୟାଚ୍ ଭାରତୀୟ ରାଜସ୍ବ ସେବା (ଆଇଆର୍ଏସ୍) ଅଧିକାରୀ ମନୋରଂଜନ ପାଣିଗ୍ରାହୀଙ୍କୁ ବିହାର ଓ ଝାଡ଼ଖଣ୍ଡର ନୂଆ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଭାବେ ନିଯୁକ୍ତି ମିଳିଛି। ଭାରତ ସରକାରଙ୍କ ବିତ୍ତ ମନ୍ତ୍ରାଳୟ ଅଧୀନ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ଏଥିସହିତ ପଶ୍ଚିମବଙ୍ଗ ଓ ସିକ୍କିମର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତର ଅତିରିକ୍ତ ଦାୟିତ୍ବ ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଛି।

ଶ୍ରୀ ପାଣିଗ୍ରାହୀ ବର୍ତ୍ତମାନ ମୁମ୍ବାଇରେ ମୁଖ୍ୟ ଆୟକର ଆୟୁକ୍ତ ଭାବେ ୨ ବର୍ଷ ହେଲା ଅବସ୍ଥାପିତ। ପୂର୍ବରୁ ସେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ସଚିବ ଭାବେ ମଧ୍ୟ ୫ ବର୍ଷ କାର୍ଯ୍ୟ କରିଛନ୍ତି। ପୂର୍ବରୁ ସେ ଆୟକର ବିଭାଗର ଅନେକ ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି।

କୋଲକାତାରେ କାର୍ଯ୍ୟ କରିବା ସମୟରେ ସମୟରେ ଉତ୍କଳ ଶିକ୍ଷା ସଂସଦର ସଭାପତି ଓ ଉପସଭାପତି ଦାୟିତ୍ବ ତୁଲାଇଥିଲେ। ନିର୍ବାଚନୀ ବର୍ଷରେ ୪ ରାଜ୍ୟର ଆୟକର ମୁଖ୍ୟ ଭାବେ ନିଯୁକ୍ତିକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!