ନାମିଦାମୀ କମ୍ପାନୀରେ ଥିଲେ। କିନ୍ତୁ ଖୁସିରେ ନଥିଲେଷ ସଫ୍ଟୱେୟାର ଚାକିରି ଛାଡି ନିଜେ କଣ ତାହୁଁଛନ୍ତି ସେ ବିଷୟରେ ଚିନ୍ତାକଲେ। ଲୋକଙ୍କ ପାଇଁ ଏବଂ ଲୋକଙ୍କ ସହ କାମ କରିବାର ଇଚ୍ଛା ହେଲା। ଶେଷରେ ସେ ଚିନ୍ତା କଲେ ସିଭିଲ୍ ସର୍ଭିସ୍ରେ ଯୋଗଦେବେ। ଆଜି କଠିନ ପରିଶ୍ରମ କରି ସେ ସଫଳ | ଯୁବତୀ ଜଣଙ୍କ ହେଲେ ହରିୟାଣାର ଜିନ୍ଦ ଜିଲ୍ଲାର ଜୁଲାନା ଅଞ୍ଚଳର ବାସିନ୍ଦା ଅଙ୍କିତା | ସେ ପିଲାଟିଦିନରୁ ଖୁବ ଭଲ ପାଠ ପଢୁଥିଲେ | ସେ ଦ୍ୱାଦଶରେ ୯୭.୬% ପ୍ରତିଶତ ହାସଲ କରଥିଲେ | ଏହାପରେ ସେ ଆଇଆଇଟି ରୁର୍କିରୁ ବି.ଟେକ୍ କରିଥିଲେ |
ବି.ଟେକ କରିବା ପରେ କ୍ୟାମ୍ପସ୍ ପ୍ଲେସମେଣ୍ଟ୍ ମାଧ୍ୟମରେ ଅଙ୍କିତା ଓରାକଲ୍ ଇଣ୍ଡିଆ ଲିମିଟେଡ୍ ନାମକ ଏକ ସଫ୍ଟୱେୟାର କମ୍ପାନୀରେ ଚାକିରି ମିଳିଥିଲା | ଯେଉଁଠାରେ ତାଙ୍କୁ ବାର୍ଷିକ ୨୨ ଲକ୍ଷ ଟଙ୍କାର ପ୍ୟାକେଜ୍ ଦିଆଯାଇଥିଲା। କିନ୍ତୁ କମ୍ପାନୀରେ ୨ ବର୍ଷ କାମ କରିବା ପରେ ସେ ଚାକିରିରେ ସନ୍ତୁଷ୍ଟ ନଥିଲେ, ତେଣୁ ସେ ଏହାକୁ ଛାଡି ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।
ଅଙ୍କିତା ୨୦୨୧ ମସିହାରେ ୟୁପିଏସସି ପରୀକ୍ଷା ମଧ୍ୟ ଦେଇଥିଲେ। ଏଥିରେ ତାଙ୍କର ରାଙ୍କ ୩୨୧ ଆସିଥିଲା | କିନ୍ତୁ ସେ ପୁନର୍ବାର ପରୀକ୍ଷା ଦେବାକୁ ସ୍ଥିର କଲେ ଏବଂ ତାଙ୍କର କଠିନ ପରିଶ୍ରମ ସହିତ ସେ ଏଥର ୨୮ତମ ମାନ୍ୟତା ହାସଲ କରିଛନ୍ତି। ସଫଳତାକୁ ନେଇ ଅଙ୍କିତା କହିଛନ୍ତି ଯେ ପିଲାଦିନରୁ ୟୁପିଏସସି ପାଇବା ତାଙ୍କର ଲକ୍ଷ୍ୟ ଥିଲା। ବର୍ତ୍ତମାନ ଏଥିରେ ସଫଳ ହେବା ପରେ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି।

