ଜିଲ୍ଲାପାଳଙ୍କୁ ହତ୍ୟା ଧମକ ଦେଲେ ମାଫିଆ

ମହାରାଷ୍ଟ୍ରର ବୀଡ଼ ଜିଲ୍ଲାର ଗେବରାଇ ତହସିଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବାଲି ବୋଝେଇ ଟ୍ରକ ଚାଳକ ବୀଡ଼ ଜିଲ୍ଲାପାଳଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବାର ଖବର ମିଳିଛି। ବୀଡ଼ ଜିଲ୍ଲାପାଳଙ୍କ ନାମ ଦୀପା ମୁଧୋଲ-ମୁଣ୍ଡେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ବୀଡ଼ ଜିଲ୍ଲାପାଳ ଦୀପା ମୁଧୋଲ-ମୁଣ୍ଡେ ଔରାଙ୍ଗାବାଦରୁ ଫେରୁଥିବା ବେଳେ ରାସ୍ତାରେ ଏକ ନମ୍ବର ବିହୀନ ବାଲି ବୋଝେଇ ଟ୍ରକ୍କୁ ଦେଖିଥିଲେ । ଏହାପରେ ସେ ଟ୍ରକ୍ଟିକୁ ଅଟକାଇବାକୁ ନିଜ କାର ଡ୍ରାଇଭରଙ୍କୁ କହିଥିଲେ। ଜିଲ୍ଲାପାଳଙ୍କ ଡ୍ରାଇଭର ଟ୍ରକକୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଟ୍ରକ୍ ଡ୍ରାଇଭର କାରକୁ ଧକ୍କା ଦେଇ ଆଗକୁ ମାଡ଼ି ଯାଇଥିଲା।
ଏହାପରେ ଜିଲ୍ଲାପାଳ ଓ ତାଙ୍କ ଡ୍ରାଇଭର ଟ୍ରକର ପଛେପଛେ ଯାଇଥିଲେ। ଏହା ଦେଖି ଟ୍ରକ ଚାଳକ ରାସ୍ତା ମଝିରେ ବାଲି ଗଦା କରି ଦେଇଥିଲା। ଫଳରେ ଜିଲ୍ଲାପାଳଙ୍କ ଗାଡ଼ି ଆଗକୁ ବଢ଼ି ପାରି ନଥିଲା।
ଜିଲ୍ଲାପାଳ ଦୀପା ମୁଧୋଲ-ମୁଣ୍ଡେ ବୀଡ଼ ସଙ୍ଗେସଙ୍ଗେ ଏସ୍ପିଙ୍କୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଟ୍ରକ୍ର ଡ୍ରାଇଭରକୁ ଗିରଫ କରି ଟ୍ରକ୍ଟିକୁ ସିଜ୍ କରିଥିଲା। ଗିରଫ ଟ୍ରକ୍ର ଡ୍ରାଇଭରର ନାମ ପ୍ରକାଶ କୋକରେ ବୋଲି ଜଣାପଡ଼ିଛି।
ବୀଡ଼ ଜିଲ୍ଲାପାଳ ଦୀପା ମୁଧୋଲ-ମୁଣ୍ଡେଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ଅଭିଯୋଗ ଆଧାରରେ ଗେବରାଇ ପୁଲିସ୍ ଟ୍ରକ୍ର ଡ୍ରାଇଭର ପ୍ରକାଶ କୋକରେ ନାମରେ ଆଇପିସିର ଧାରା ଅନୁଯାୟୀ ୩୦୭ ଓ ୩୫୩ରେ ମାମଲା ରୁଜୁ କରିଛି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!