କାହିଁକି ରାତିରେ ହୁଏ କିନ୍ନରଙ୍କ ଅନ୍ତିମ ସଂସ୍କାର? ଜାଣନ୍ତୁ କାରଣ

ସାଧାରଣ ଲୋକଙ୍କ ଠାରୁ ଟିକେ ଭିନ୍ନ କିନ୍ନରଙ୍କ ଜୀବନ। କୁହାଯାଏ କିନ୍ନରଙ୍କ ଅନ୍ତିମ ସଂସ୍କାର ଖୁବ୍ ରହସ୍ୟମୟ । ଏମାନଙ୍କୁ ମୃତ୍ୟୁର ଆଭାସ ପୂର୍ବରୁ ହୋଇଯାଏ । କିନ୍ତୁ ଏହା ବାବଦରେ କେବଳ କିନ୍ନର ସମ୍ପ୍ରଦାୟ ହିଁ ଜାଣିଥାନ୍ତି । ଏମାନଙ୍କ ବ୍ୟତୀତ ବାହାର ଦୁନିଆର କୌଣସି ବ୍ୟକ୍ତିଙ୍କ ନିକଟରେ ସାମାନ୍ୟ ମଧ୍ୟ ଖବର ନଥାଏ । ମୃତ୍ୟୁ ପରେ ସେମାନଙ୍କୁ ଜୋତା ଓ ଚପଲରେ ପିଟିବା ଏବଂ ଗାଳି ଦେବା ପରମ୍ପରା ରହିଛି । କେବଳ ଏତିକି ନୁହେଁ ବରଂ ଏମିତି ଅନେକ କଥା ଅଛି ଯାହା ଆପଣ ହୁଏତ ଜାଣିନଥିବେ ।
ବିବାହ ଠାରୁ ଆରମ୍ଭ କରି ଜନ୍ମ ପର୍ଯ୍ୟନ୍ତ ଘରର ଏକାଧିକ ଶୁଭ କାର୍ଯ୍ୟରେ ପହଞ୍ଚି ଆଶୀର୍ବାଦ ଦେଇ ବକ୍ସିସି ନେଇ ପୁଣି ଚାଲିଯାନ୍ତି ସେମାନଙ୍କ ଦୁନିଆକୁ। ଟ୍ରାଫିକ ସିଗନାଲରେ ଅଟକିଥିବା ଗାଡ଼ିର କାଚକୁ ଠକ ଠକ କରୁଥିବାର ଆପଣ ଅନେକ ଥର ଦେଖିଥିବେ । ପ୍ରଚଳିତ ସେକ୍ସୁଆଲ ଓରିଏଣ୍ଟେସନ୍ରୁ ଭିନ୍ନ ସେକ୍ସ ପ୍ରେଫରେନ୍ସ ରଖୁଥିବା କିନ୍ନରଙ୍କ ଦୁନିଆ ସମ୍ପୂର୍ଣ୍ଣ ଅଲଗା । ଯେଉଁଠାକୁ ସାଧାରଣ ଲୋକଙ୍କୁ ଯିବା ନିଷେଧ ହୋଇଥାଏ । ଏମିତିକି ଏମାନଙ୍କ ଅନ୍ତିମ ସଂସ୍କାର ବିଷୟରେ ମଧ୍ୟ ଲୋକ ମାନେ ଖୁବ କମ ଜାଣିଥାନ୍ତି । କିନ୍ତୁ କିଭଳି ହୁଏ ଏମାନଙ୍କ ଅନ୍ତିମ ସଂସ୍କାର ଏବଂ କ’ଣ ସବୁ ପରମ୍ପରା ରହିଛି ଏମାନଙ୍କ ମୃତ୍ୟୁକୁ ନେଇ ନଜର ପକାନ୍ତୁ ।
ଯଦିଓ ସମସ୍ତଙ୍କ ନିକଟରେ ନୁହେଁ ତଥାପି, କୁହାଯାଏ କେତେକ କିନ୍ନରଙ୍କ ନିକଟରେ ରହିଛି ଆଧ୍ୟାତ୍ମିକ ଶକ୍ତି । ଯାହା ମାଧ୍ୟମରେ ସେମାନଙ୍କୁ ପୂର୍ବରୁ ମୃତ୍ୟୁର ଆଭାସ ହୋଇଯାଏ । ମୃତ୍ୟୁ ନିକଟରେ ପହଞ୍ଚି ଗଲାଣି ଜାଣି ଏମାନେ କୌଣସି ସ୍ଥାନକୁ ଯିବା ଆସିବା କରିବା ଏବଂ ଖାଇବା ବନ୍ଦ କରିଦିଅନ୍ତି । ଏହି ସମୟରେ ସେମାନେ କେବଳ ପାଣି ପିଅନ୍ତି ଆଉ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି । ପ୍ରାର୍ଥନାରେ ଥାଏ କେବଳ ଗୋଟିଏ ବାକ୍ୟ… ଯେ ଆର ଜନ୍ମରେ କିନ୍ନର ନ କରନ୍ତୁ । ଆଖପାଖ ଏବଂ ଦୂର ଦୂରାନ୍ତରେ ରହୁଥିବା କିନ୍ନର ମୃତ୍ୟୁ ଅପେକ୍ଷାରେ ଥିବା କିନ୍ନରଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସନ୍ତି । କାରଣ ସେହି କିନ୍ନରଙ୍କ ଆଶୀର୍ବାଦ ଖୁବ ପ୍ରଭାବୀ ବୋଲି କୁହାଯାଏ । କିନ୍ତୁ କିନ୍ନର ସମ୍ପ୍ରଦାୟ ବ୍ୟତୀତ ଯେପରି ବାହାରର ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏହାର ଖବର ନ ମିଳୁ ସେଥିପ୍ରତି ଯଥେଷ୍ଟ ସାବଧାନତା ଅବଲମ୍ବନ ହୁଏ । ଏମାନଙ୍କ ଶବକୁ କବର ଦିଆଯାଏ ।
ଶବ ଶୋଭାଯାତ୍ରା ସମୟରେ ଚାରି କାନ୍ଧରେ ନେବା ପରମ୍ପରା ଏମାନଙ୍କ ନିକଟରେ ଦେଖିବାକୁ ମିଳେନାହିଁ । ଶବକୁ ଛିଡ଼ା କରି ଅନ୍ତିମ ସଂସ୍କାର ପାଇଁ ନିଆଯାଏ । କୁହାଯାଏ ସାଧାରଣ ଲୋକ ଯଦି ମୃତ କିନ୍ନରଙ୍କ ଶରୀର ଦେଖି ନିଅନ୍ତି ତେବେ ମୃତ କିନ୍ନର ପୁନର୍ବାର କିନ୍ନର ହୋଇ ଜନ୍ମ ହୁଅନ୍ତି । କିନ୍ନର ନିଜକୁ ଖୁବ୍ଅଭିଶପ୍ତ ମାନନ୍ତି । ଜୀବନରେ କରିଥିବା ସମସ୍ତ ଭୁଲର ପ୍ରାୟଶ୍ଚିତ ପାଇଁ ଅନ୍ତିମ ସଂସ୍କାର ପୂର୍ବରୁ ମୃତ କିନ୍ନରଙ୍କୁ ଜୋତା ଚପଲରେ ମାରିବା ସହିତ ଗାଳି ଦିଆଯାଏ । ଖାଲି ସେତିକି ନୁହେଁ ଯଦି ତାଙ୍କ ସମ୍ପ୍ରଦାୟର ଜଣେ ମଧ୍ୟ କିନ୍ନରଙ୍କ ମୃତ୍ୟୁ ହେଉଛି ତେବେ ଆଖପାଖର ସମସ୍ତ ବୟସ୍କ କିନ୍ନର ସାତ ଦିନ ପର୍ଯ୍ୟନ୍ତ ବ୍ରତ ରଖନ୍ତି ଓ ମୃତ କିନ୍ନରଙ୍କ ପାଇଁ ପ୍ରାର୍ଥନା କରନ୍ତି ।
କିନ୍ନରଙ୍କୁ ଜଳାଇବା ପରିବର୍ତ୍ତେ କବର ଦିଆଯାଏ । ଅନ୍ତିମ ସଂସ୍କାର ଗୁପ୍ତ ଭାବରେ ଏବଂ ସାଧାସିଧା ଢଙ୍ଗରେ ହୋଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କୁ କେହି ନ ଦେଖନ୍ତୁ ସେଥିପାଇଁ ମୃତ କିନ୍ନରଙ୍କ ଅନ୍ତିମ ସଂସ୍କାର ରାତିରେ ହୋଇଥାଏ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!