ଚର୍ଚ୍ଚାରେ ସବ-ଇନ୍ସପେକ୍ଟର, ଲୋକଙ୍କୁ କରନ୍ତି ମୋଟିଭେଟ୍

ଇଣ୍ଟରନେଟ ସେନସେସନ ହେବା ପାଇଁ ଆଜିକାଲି ଲୋକମାନେ ବିଭିନ୍ନ ପ୍ରକାର ଭିଡିଓ ତିଆରି କରୁଛନ୍ତି। ନିକଟରେ ଜଣେ ସବ-ଇନ୍ସପେକ୍ଟରଙ୍କ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା। କାର୍ଯ୍ୟ ପଦ୍ଧତି ପାଇଁ ମିଳୁଛି ପ୍ରଶଂସା। ଲୋକଙ୍କୁ ଜାଗୃତ କରିବା ସହିତ ସାହାଯ୍ୟ କରିବା ଦିଗର ତତ୍ପର। ରାଜସ୍ଥାନର ପୁଲିସ ସବ-ଇନ୍ସପେକ୍ଟର ଆରତୀ ସିଂହ ତନୱରଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଖୁବ ଧରିଛି। ତାଙ୍କର ଲୁକ ଓ ୱାର୍କିଂ ଷ୍ଟାଇଲ ପାଇଁ ତାଙ୍କର ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ଲକ୍ଷାଧିକ ଫଲୋୟର୍ସ ରହିଛନ୍ତି। ଆରତୀଙ୍କ ସମସ୍ତ କାମ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଥିବା ବେଳେ ଲୋକଙ୍କୁ ପ୍ରେରଣା ବି ଦେଉଛି। ଆରତୀଙ୍କ ମୋଟିଭେସନାଲ ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ତାଙ୍କ ସାଇବର ସଚେତନତା ଟିପ୍ସ ଚର୍ଚ୍ଚାରେ ରହିଛି।
ପୁଲିସ ବିଭାଗରେ କାମ କରିବା ସହିତ ଆରତୀ ଜଣେ ଆଇଡିଅଲ କୋଚ ହେବା ସହିତ ସାଇବର ଅପରାଧରୁ ବଞ୍ଚିବା ପାଇଁ ସେ ଲୋକମାନଙ୍କୁ ଟିପ୍ସ ବି ଦେଉଛନ୍ତି। ଯାହା ଲୋକଙ୍କୁ ଖୁବ ପସନ୍ଦ ଆସୁଛି। ଅନେକ ପିଲାଙ୍କୁ ମାଗଣାରେ ଶିକ୍ଷା ଦେଉଥିବା ଆରତୀ ଲକ୍ଷାଧିକ ଲୋକଙ୍କ ପାଇଁ ଏକ ଆଶାର ଆଲୋକ ପାଲଟି ଯାଇଛନ୍ତି। ନିଜର କର୍ତ୍ତିବ୍ୟ ପାଳନ କରିବା ସହିତ ଏଭଳି ଲୋକଙ୍କ ସେବା କରୁଥିବା ଦେଖି ଆରତୀଙ୍କୁ ସବୁ ମହଲରେ ଭୁରିଭୁରି ପ୍ରଶଂସା କରାଯାଉଛି। ଆରତୀଙ୍କ ପରିବାରରେ ଅନେକ ସଦସ୍ୟ ପୁଲିସ ବିଭାଗରେ କାମ କରନ୍ତି। ଆରତୀ ୨୦୧୨ରେ ରାଜସ୍ଥାନ ପୁଲିସରେ ଭର୍ତ୍ତ ହୋଇଥିବା ବେଳେ ୨୦୧୪ରେ ସବ-ଇନ୍ସପେକ୍ଟର ଭାବେ ଦାୟିତ୍ବ ନେଇଥିଲେ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!