ବାପାଙ୍କ ଅସ୍ଥି ବିସର୍ଜନ କରିବାକୁ ଆସିଥିଲେ, ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଗଲେ

ଆମେ ଜୀବନରେ କାହାକୁ କେତେବେଳେ ଭେଟିବା ତାହା ଭଗବାନଙ୍କୁ ଜଣା। ପ୍ରତ୍ୟେକ ଦିନ ଆମେ କାହାକୁ ନା କାହାକୁ ଭେଟୁ। ଆଉ ଯାହାକୁ ବି ଭେଟୁ ତା ପଛରେ କିଛି କାରଣ ଥାଏ। ଏମିତି ଏକ ଘଟଣା ନିଖିଲ ଓ ହିରୱାଙ୍କ ସହିତ ଘଟିଛି। ତେବେ ଏହି ଦୁହିଁଙ୍କ ଭେଟ କିଛିବର୍ଷ ପୂର୍ବେ ନୂଆବର୍ଷରେ ହୋଇଥିଲା। ୨୦୨୩ ବର୍ଷ ଆରମ୍ଭ ହୋଇଥିବା ବେଳେ ପୁଣିଥରେ ଏଇ ଦୁଇଜଣଙ୍କ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନିଖିଲ ଓ ହିରୱା ସମ୍ପ୍ରତି ଆମେରିକାରେ ବସବାସ କରୁଛନ୍ତି।
ନିଖିଲ ଓ ହିରୱାଙ୍କ କାହାଣୀ ୨୦୧୦ ମସିହାରେ ଆରମ୍ଭ ହୋଇଥିଲା। ଆମେରିକାରେ ରହୁଥିବା ଭାରତୀୟ ବଂଶଦ୍ଭବ ନିଖିଲି ମେଡିକାଲ ଛାତ୍ର ଥିଲେ। ସେତେବେଳେ ତାଙ୍କ ବୟସ ୨୦ବର୍ଷ ପାଖାପାଖି ଥିଲା। ସେହି ସମୟରେ କର୍କଟରେ ଆକ୍ରାନ୍ତ ହୋଇ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ଭାଇ ବାପାଙ୍କ ଅସ୍ଥି ବିସର୍ଜନ ପାଇଁ ଆମେରିକାରୁ ଭାରତ ଆସିଥିଲେ। ଅସ୍ଥିକୁ ପୈତୃକ ସ୍ଥାନରେ ବିସର୍ଜନ କରିବାକୁ ପରିବାର ପକ୍ଷରୁ ସ୍ଥିର କରାଯାଇଥିଲା। ପିତାଙ୍କ ଅସ୍ଥି ବିସର୍ଜନ ପରେ ସେମାନେ ନୂଆବର୍ଷ ଥିବାରୁ ଗୋଆ ଚାଲି ଯାଇଥିଲେ। ସେଠାରେ ଥିବା ଏକ କ୍ଳବରେ ନିଖିଲଙ୍କ ହିରୱାଙ୍କ ସହିତ ଭେଟ ହୋଇଥିଲା। ଦୁହେଁ ଖବୁ ମଜାମସ୍ତି କରିଥିଲେ।
ପାର୍ଟି ଶେଷ ହେବା ପରେ ନିଖିଲ ହିରୱାଙ୍କୁ ତାଙ୍କ ନମ୍ବର ମାଗିଥିଲେ, କିନ୍ତୁ ସେ ଦେଇ ପାରିବେ ନାହିଁ ବୋଲି କହି ମନା କରି ଦେଇଥିଲେ। ଏହାପରେ ସେହି କ୍ଲବରେ ଥିବା ହିରୱାଙ୍କ ସାଙ୍ଗ ଠାରୁ ନିଖିଲ ନମ୍ବର ପାଇ ଯାଇଥିଲେ। ନିଖିଲ ନିଜ ଆଡୁ ହିରୱାଙ୍କୁ ଫୋନ କରି କଥା ହେବା ଆରମ୍ଭ କରିଥିଲେ। ହିରୱା ବି ନିଖିଲ ସହିତ କଥା ହୋଇଥିଲେ। ଏପରି କିଛିମାସ ଗଲା ପରେ ନିଖିଲ ହିରୱାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଆଉ ସେ ବି ଏଥିରେ ରାଜି ହୋଇ ଯାଇଥିଲେ। ଆମେରିକା ଯାଇ ହିରୱା ନିଖିଲଙ୍କ ପରିବାରଲୋକଙ୍କୁ ଭେଟିଥିଲେ। ଏହାପରେ ଦୁହିଁଙ୍କ ବିବାହ ୨୦୧୨ ହୋଇଥିଲା। ଦୁହେଁ ଏବେ ଆମେରିକାରେ ବସବାସ କରୁଥିବା ବେଳେ ନିଖିଲ ଓ ହିରୱାଙ୍କ ତିନିଟି ସନ୍ତାନ ରହିଛନ୍ତି।

Post Views22 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!