ବର୍ଷେ ଯାଏଁ ମାଗଣାରେ ମିଳିବ ଚାଉଳ

ବିପିଏଲ୍‌ ପରିବାରରେ ରହୁଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାର ମାସକୁ ୫ କିଲୋ ଲେଖାଏଁ ଚାଉଳ ଯୋଗାଇଦେବେ। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ବର୍ଷେ ପର୍ଯ୍ୟନ୍ତ ମାଗଣାରେ ଚାଉଳ ଦେବେ। ୨୦୨୩ ଜାନୁଆରି ଠାରୁ ଡିସେମ୍ବର ଯାଏଁ ଏହି ମାଗଣା ଚାଉଳ ମିଳିବ। ମାଗଣା ଚାଉଳ ମିଳିବା ନେଇ ଘୋଷଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମାସିକ ମୁଣ୍ଡପିଛା ମିଳିବ ୫କିଲେ ଚାଉଳ ମିଳିବ। ଏଥି ପାଇଁ ରାଜ୍ୟ ସରକାର ୧୮୫ କୋଟି ଟଙ୍କା କରିବେ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଉ ଏକ ବର୍ଷ ପାଇଁ ହିତାଧିକାରୀଙ୍କୁ ଦିଆଯିବ ଅତିରିକ୍ତ ମାଗଣା ଚାଉଳ। ଏହାଫଳରେ ଜାନୁଆରିରୁ ଡିସେମ୍ବର ମାସ ଯାଏଁ ହିତାଧିକାରୀଙ୍କୁ ମାଗଣା ଚାଉଳ ମିଳିବ। ଏଥିରେ ରାଜ୍ୟର ୮.୦୯ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ଜଣାଯାଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀ ଜାନୁଆରି ୨୦୨୩ରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ମାସିକ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପାଇବେ। ପ୍ରାୟ ୮.୦୯ ଲକ୍ଷ ହିତାଧିକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ରହିବେ। ଏଥିଲାଗି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୧୮୫ କୋଟି ଟଙ୍କା ଖର୍ଚ୍ଚ କରିବେ। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାମ ଲେଖାଇଥିବା ହିତାଧିକାରୀଙ୍କୁ ଏହି ସୁବିଧା ମିଳିବ।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!