ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା । ଆମେରିକାର ହ୍ୟୁଷ୍ଟନ ସହରରେ ଅଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଇସ୍କନର ହ୍ୟୁଷ୍ଟନ ଶାଖା । ଏନେଇ ଇସ୍କନର ହ୍ୟୁଷ୍ଟନ ଶାଖା ୱେବସାଇଟରେ ସୂଚନା ଦିଆଯାଇଛି । ଆସନ୍ତା ନଭେମ୍ବର ୩ରେ ଶ୍ରୀଜିଉ ମାନଙ୍କ ସ୍ନାନ ଯାତ୍ରା ଓ ନଭେମ୍ବର ୯ ତାରିଖରେ ରଥଯାତ୍ରା କରାଯିବ ବୋଲି ଉଲ୍ଲେଖ ରହିଛି ।
ତେବେ ଏହି ଇସ୍କନର ଏହି ଅଦିନିଆ ସ୍ନାନ ଓ ରଥଯାତ୍ରା ଆୟୋଜନ ସଂପର୍କରେ ଜଣାପଡ଼ିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ବିରୁଦ୍ଧରେ ଯାଇ ଇସ୍କନ ପକ୍ଷରୁ ପୂର୍ବରୁ ଅନେକ ବାର ଏଭଳି ଅଦିନିଆ ରଥଯାତ୍ରା କରାଯାଇଥିଲା । ଏହାକୁ ଗଜପତି ମହାରାଜା ଦୃଢ ବିରୋଧ କରିଥିଲେ । ଅନ୍ୟପକ୍ଷରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଇସ୍କନ ହ୍ୟୁଷ୍ଟନର ଏହି ରଥ ଓ ସ୍ନାନ ଯାତ୍ରା ଆୟୋଜନକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

