ଦୁଇ ଜଣ ପୂର୍ବତନ ଆଇଏଏସ୍ ଅଫିସର ଓ ୨ ଜଣ ପୂର୍ବତନ ଓଏଏସ୍ ଅଫିସର କଂଗ୍ରେସରେ ଯୋଗ ଦେଇଛନ୍ତି।
କଂଗ୍ରେସରେ ସାମିଲ ହୋଇଥିବା ଏହି ପୂର୍ବତନ ପ୍ରଶାସନିକ ଅଧିକାରୀମାନେ ହେଉଛନ୍ତି- ପୂର୍ବତନ ଆଇଏଏସ୍ ଅଫିସର ପଞ୍ଚାନନ ଦାସ ଓ ବିଶ୍ଵନାଥ ଆଚାର୍ଯ୍ୟ ଏବଂ ପୂର୍ବତନ ଓଏଏସ୍ ଅଫିସର ରବୀନ୍ଦ୍ର ନାଥ ମିଶ୍ର ଓ ଉଦ୍ଧବ କର।
ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା ଓ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଉପସ୍ଥିତିରେ ସେମାନେ ଦଳରେ ଯୋଗ ଦେଇଥିଲେ।
କଂଗ୍ରେସରେ ସାମିଲ ହେବା ପରେ ଭାବ ବିହ୍ଵଳ ହୋଇ କାନ୍ଦି ପକାଇଥିଲେ ପଞ୍ଚାନନ ଦାସ। ସେ କହିଥିଲେ ଯେ ଦଳ ପାଇଁ ନିଃସ୍ଵାର୍ଥପର ଭାବେ କାମ କରିବେ।

