ବେଦାନ୍ତ ଆଲୁମିନିୟମ ହାସଲ କଲା ଶ୍ରେଷ୍ଠ କାର୍ଯ୍ୟସ୍ଥଳୀର ମାନ୍ୟତା

ଦେଶର ପ୍ରମୁଖ ଶିଳ୍ପସଂସ୍ଥା ବେଦାନ୍ତ ଆଲୁମିନିୟମ ୨୦୨୩ ବର୍ଷ ପାଇଁ ଶ୍ରେଷ୍ଠ କାର୍ଯ୍ୟସ୍ଥଳୀର ମାନ୍ୟତା ହାସଲ କରିଛି। ବିଶେଷକରି ଏଠାରେ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ପରିବେଶ ଓ ନିଯୁକ୍ତିଦାତା ଭାବେ କମ୍ପାନୀର ସ୍ଥିତିକୁ ଆହୁରି ସୁଦୃଢ଼ କରାଯାଇଛି।

ଏପରିକି ଏହାର ନୀତି ଓ ଆଦର୍ଶ ଏବଂ କର୍ମ ସଂସ୍କୃତି ବେଶ ପ୍ରଶଂସିତ ହୋଇପାରିଛି। ଫଳରେ କାର୍ଯ୍ୟ କରିବା ପାଇଁ ଶ୍ରେଷ୍ଠ ସ୍ଥାନର ପ୍ରମାଣ ପତ୍ର ସର୍ବଭାରତୀୟ ସ୍ତରରେ ଉଭୟ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଦ୍ୱାରା ମହତ୍ତ୍ୱପୂର୍ଣ୍ଣ କର୍ମ ସଂସ୍କୃତିର ମାନଦଣ୍ଡ ଦ୍ୱାରା ସ୍ବୀକୃତିପ୍ରାପ୍ତ। ବ୍ୟକ୍ତିଗତ ଭାବେ ବେଦାନ୍ତ ଆଲୁମିନିୟମର ୟୁନିଟଗୁଡ଼ିକ ଅନେକ ଥର ଏହି କୃତିତ୍ୱକୁ ପ୍ରମାଣିତ କରିଛି।

ବିଶ୍ୱର ବୃହତ୍‌ ଆଲୁମିନିୟମ ଉତ୍ପାଦକ ଭାବେ ପରିଚିତ ବେଦାନ୍ତ ଆଲୁମିନିୟମ ୬ ଥର ଶ୍ରେଷ୍ଠ କାର୍ଯ୍ୟସ୍ଥଳୀର ପ୍ରମାଣ ପତ୍ର ପାଇଥିଲା ବେଳେ ବାଲକୋ ୟୁନିଟ୍‌ ୪ ଥର ଏବଂ ଲାଞ୍ଜିଗଡ଼ ୟୁନିଟ୍‌ ୫ଥର ଏହି ପ୍ରମାଣ ପତ୍ର ଲାଭ କରିଛି।

ଏ ସମ୍ପର୍କରେ ବେଦାନ୍ତ ଲିମିଟେଡର ସିଓଓ (ଆଲୁମିନିୟମ ବ୍ୟବସାୟ) ସୁନୀଲ ଗୁପ୍ତା କହିଛନ୍ତି, କମ୍ପାନୀର କର୍ମଚାରୀମାନେ ଆମର ବଳିଷ୍ଠ ସମ୍ପତ୍ତି। ଏପରିକି ଆମେ ବିଶ୍ୱାସ କରୁ ଯେ ଏହି ସଫଳତା କେବଳ ସେହିମାନଙ୍କ ଯୋଗୁ ସମ୍ଭବ ହୋଇପାରିଛି। ବିଶେଷ କରି ଆମ ଲୋକମାନଙ୍କର ଅଭ୍ୟାସ ଏକ ସହାୟକ ପରିବେଶ ସୃଷ୍ଟି କରିଛି, ଯାହାଫଳରେ ଆମର ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଉନ୍ନତି କରିବାକୁ ସକ୍ଷମ କରିଥାଏ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!