ନିଖୋଜ ଓଡିଆ ମର୍ଚ୍ଚାଣ୍ଟ ନାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କର ମିଳୁନି କୌଣସି ଖୋଜ୍‌

ନିଖୋଜ ଓଡିଆ ମର୍ଚ୍ଚାଣ୍ଟ ନାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କର ମିଳୁନି କୌଣସି ଖୋଜ୍‌ ଖବର । ସାର୍ଥକଙ୍କ ମାଆ ଓ ମାମୁ ନିରାଶ ହୋଇ ଫେରିଛନ୍ତି । ଖୋଜିବା ପାଇଁ ସିଙ୍ଗାପୁର ଯାଇଥିଲେ, କିନ୍ତୁ ମାଆ ଓ ମାମୁ ଆଜି ଖାଲି ହାତରେ ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ଗତ ୧୫ ତାରିଖରେ ସାର୍ଥକ କାମ କରୁଥିବା ଜାହାଜ ‘ଏମ୍.ଭି. ଇ.ଏ. ଜର୍ସି’ ସିଙ୍ଗାପୁର ବନ୍ଦରରେ ଲାଗିବା ପରେ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ ।ଡିଜି ସିପିଂର ଦୁଇ ଜଣ ଅଧିକାରୀଙ୍କ ସହ ମିଶି ସେମାନେ ଜାହାଜ ଭିତରେ ଯାଞ୍ଚ କରିଥିଲେ ମଧ୍ୟ ସାର୍ଥକଙ୍କର କୌଣସି ପତ୍ତା ମିଳିପାରି ନଥିଲା ।

ସିଙ୍ଗାପୁରରୁ ଫେରିବା ପରେ ସାର୍ଥକଙ୍କ ମାମୁ ଅଭିଯୋଗ କରିଛନ୍ତି ଯେ, ଜାହାଜ କର୍ତ୍ତୃପକ୍ଷ ସେମାନଙ୍କୁ ସହଯୋଗ କରିନଥିଲେ । କେବଳ ସାର୍ଥକଙ୍କ ରୁମ୍ ଦେଖିବାକୁ ଅନୁମତି ମିଳିଥିଲା କିନ୍ତୁ ଜାହାଜର ଅନ୍ୟାନ୍ୟ ସ୍ଥାନ ଯାଞ୍ଚ କରିବାକୁ ବାରଣ କରାଯାଇଥିଲା ।

Post Views31 Total Count

Apply Now


This will close in 0 seconds

error: Content is protected !!