ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବିମାରେ ପିତା ମାତାଙ୍କୁ ସଂଯୋଗ କରାଯାଉ ବୋଲି ଶୂନ୍ୟକାଳରେ ଦାବି ରଖିଛନ୍ତି । ପୂର୍ବରୁ ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମା ପାଇଁ ୫ ଲକ୍ଷ ଯାଏଁ ସୀମା ରହିଛି। ହେଲେ ଏଥିରେ ସେମାନଙ୍କ ବାପା, ମା’ଙ୍କୁ ସାମିଲ କରାଯାଇନାହିଁ। ଯାହା ହେବା ଉଚିତ। ଏହାସହ ବୋଲି ସେ ଦାବି କରିଛନ୍ତି ।

ସାମ୍ବାଦିକଙ୍କ ପାଇଁ ପେନସନ ସେବା ଯୋଗାଇଦିଆଯାଉ । ପାଖାପାଖି ୧୭ଟି ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ପେନସନ ବ୍ୟବସ୍ଥା ରହିଛି । ହେଲେ ଆମ ରାଜ୍ୟରେ ନାହିଁ । ଏହାସହ ଗଣମାଧ୍ୟମକୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦିଆଯିବା ଦରକାର। ପ୍ରେସ ଏକାଡେମୀ ଗଠନ ସାଙ୍ଗକୁ ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ୟ୍ୟକାରୀ କରାଯାଉ ।

ବେଳେବେଳେ ଦେଖିବାକୁ ମିଳୁଛି ଅଫିସର ଓ ସାମ୍ବାଦିକଙ୍କ ମଧ୍ୟରେ କିଛି ବିବାଦ ରହୁଛି, ଫଳରେ ଖବର ସଂଗ୍ରହରେ ବାଧା ସୃଷ୍ଟି ହେଉଛି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସୂଚନା ପ୍ରସାରଣ ବିଭାଗ ରହିଛି। ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରିବାକୁ ଅପିଲ କରିଛନ୍ତି ବିଧାୟକ ଗୌତମବୁଦ୍ଧ ଦାସ।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!