ଏୟାର ରାଇଫଲରେ ନିରାଶ କଲେ ଅବନୀ ଏବଂ ଦୌଡ଼ରେ ସିଦ୍ଧାର୍ଥ

ପ୍ୟାରିସରେ ଚାଲିଥିବା ପାରା ଅଲିମ୍ପିକ୍ସର ୪ ଦିନର ମର୍ଣ୍ଣିଂ ସେସନ୍ସରେ ଭାରତକୁ ମିଶ୍ରିତ ରେଜଲ୍ଟ ମିଳିଛି। ୧୦ ମିଟର ଏୟାର ରାଇଫଲ (ଏସଏଚ୍‌ ୧) ମିକ୍ସଡ ଇଭେଣ୍ଟରେ ଅବନୀ ଲେଖାର ଓ ସିଦ୍ଧାର୍ଥ ବାବୁ ନିରାଶ କରିଛନ୍ତି । ଅବନୀ ୧୦ ମିଟର ଏୟାର ରାଇଫଲ(ଏସଏଚ୍‌ ୧) ମହିଳା ବର୍ଗରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ତେଣୁ ସେ ମିକ୍ସଡ ଇଭେଣ୍ଟରେ ମଧ୍ୟ ସିଦ୍ଧାର୍ଥଙ୍କୁ ସାଥୀ କରି ପଦକ ଦୌଡ଼ରେ ନିଜକୁ ସାମିଲ କରିପାରିବେ ବୋଲି ଆଶା କରାଯାଉଥିଲା।

ଅବୀନ ମଧ୍ୟ ଯୋଗ୍ୟତା ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ସିଦ୍ଧାର୍ଥ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ଫଳରେ ଭାରତୀୟ ଯୋଡ଼ି ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇ ନାହାନ୍ତି। ଟପ୍‌ ୮ରେ ରହୁଥିବା ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବାର ନିୟମ ରହିଛି। ସିଦ୍ଧାର୍ଥ ଓ ଅବନୀ ଟପ୍‌ ୧୧ରେ ରହିବାରୁ ପଦକ ଦୌଡ଼ରୁ ବାଦ ପଡ଼ିଛନ୍ତି।
ଅନ୍ୟପକ୍ଷରେ ମହିଳା ବ୍ୟାଡମିଣ୍ଟନର ଏସ୍‌ୟୁ ୫ ବର୍ଗର ସେମି ଫାଇନାଲରେ ପ୍ରବେଶ କରିଛନ୍ତି ମନୀଷା ରାମଦାସ। ସେ କ୍ୱାର୍ଟର ଫାଇନାଲରେ ଜାପାନର ମାମିକୋ ଟୋୟଦାଙ୍କୁ ୨-୦ରେ ହରାଇ ଦେଇଛନ୍ତି। ପ୍ରଥମ ସେଟକୁ ମନୀଷା ୨୧-୧୩ରେ ଜିତିଥିବା ବେଳେ ଦ୍ୱିତୀୟ ସେଟକୁ ୨୧-୧୬ରେ କବଜା କରିଥିଲେ। ୩୦ ମିନିଟ ଧରି ଚାଲିଥିବା ଏହି ମ୍ୟାଚ୍‌ର ଆରମ୍ଭରୁ ଶେଷ ଯାଏ ମନୀଷା ନିଜର ଦବଦବା ଦେଖାଇଥିଲେ।
ରବି ରଙ୍ଗୋଲି ମଧ୍ୟ ଶଟପୁଟରେ ଭାରତ ପାଇଁ ଖୁସି ଖବର ଆଣିଛନ୍ତି। ସେ ଶଟପୁଟ ଏଫ ୪୦ର ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି। ଆରମ୍ଭରୁ ଲୟରେ ରହିଥିବା ରବି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ସେ ୧୦.୩୩ ମିଟର ଦୂରତାକୁ ଶଟପୁଟ ଫିଙ୍ଗି କମାଲ କରିଛନ୍ତି। ପ୍ରଥମ ପ୍ରୟାସରେ ସେ କମାଲ କରି ନିଜ ସ୍ଥାନ ଫାଇନାଲରେ ପକ୍କା କରିଛନ୍ତି।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!