୭ ନୂଆ ମ୍ୟୁନିସପାଲିଟି ଓ ୧୬ ନୂଆ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ୭ ନୂଆ ମ୍ୟୁନିସପାଲିଟି ଓ ୧୬ ନୂଆ NAC ଘୋଷଣା ହୋଇଛି। ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ୭ ନୂଆ ମ୍ୟୁନିସପାଲିଟି ଓ ୧୬ ନୂଆ ଏନଏସି କରିଛନ୍ତି।

୭ ନୂଆ ମ୍ୟୁନିସପାଲିଟି ମଧ୍ୟରେ କରଞ୍ଜିଆ, ବୌଦ୍ଧ, ଭଞ୍ଜନଗର, ଆସିକା, ଛତ୍ରପୁର, କବିସୂର୍ଯ୍ୟନଗର ଓ ପୋଲସରା ରହିଛି। ସେହିପରି ୧୬ ନୂଆ ଏନଏସିରେ ଲୋଇସିଂହା, ସୋହେଲା, ବଡ଼ମ୍ବା, ନରସିଂହପୁର, ସାଲେପୁର,ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ଚଣ୍ଡିଖୋଲ, ନର୍ଲା, ଜୟପାଟଣା,ଟାଙ୍ଗୀ, ବୋରିଗୁମା, କପ୍ତିପଦା, ଯଶୀପୁର, ରାସଗୋବିନ୍ଦପୁର ରହିଛି।

Post Views22 Total Count

Apply Now


This will close in 0 seconds

error: Content is protected !!