ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଜି ହେବ ଅନ୍ତିମ ସଂସ୍କାର

ଆଜି ହେବ ଅନ୍ତିମ ସଂସ୍କାର। ପୁରୀ ସ୍ବର୍ଗଦ୍ବାରରେ ହେବ ଶବଦାହ। ଗତକାଲି ରାତିରେ ହାଇଦ୍ରାବାଦରୁ ଭୁବନେଶ୍ବରରେ ପହଞ୍ଚିଥିଲା ମରଶରୀର। ଆମ୍ବୁଲାନ୍ସ ଯୋଗେ ମରଶରୀରକୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ରାତିରେ ରଖାଯାଇଥିଲା।

ଆଜି ସକାଳେ କଳାରାହାଙ୍ଗ ବାସଭବନ ନିଆଯିବ ପାର୍ଥିବ ଶରୀର। ସେଠାରେ ପରିବାର ଓ ବନ୍ଧୁ ପରିଜନ ଶେଷ ଦର୍ଶନ କରିବେ। ପରେ ଆଚାର୍ଯ୍ୟ ବିହାର ଠାରେ ଥିବା ତାଙ୍କର ଏକ ଚା ଖଟିକୁ ନିଆଯିବ। ସେଠାରୁ ସିଧା ଶେଷ କୃତ୍ୟ ପାଇଁ ତାଙ୍କୁ ପୁରୀ ସ୍ବର୍ଗଦ୍ବର ନିଆଯିବ।

ମୃତ୍ୟୁ ବେଳକୁ ତାଙ୍କୁ ୪୫ବର୍ଷ ହୋଇଥିଲା। ପିଣ୍ଟୁଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଥିବା ବେଳେ ଡୋନର ମିଳି ନଥିଲେ। ଫଳରେ ଚିକିତ୍ସାରେ ବିଳମ୍ବ ହୋଇଥିଲା। ଗତ କିଛିଦିନ ତଳେ ତାଙ୍କୁ ଭୁବନେଶ୍ବରରୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!