ଓଡ଼ିଶାର ୨୧ ରେଳ ଷ୍ଟେସନର ବଦଳିବ ଭାଗ୍ୟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୩୨୦ କୋଟି ଟଙ୍କାର ଉପହାର; ଉପଲବ୍ଧ ହେବ ବିଶ୍ୱ ସ୍ତରୀୟ ସୁବିଧା 

ରେଳ ଭିତ୍ତିଭୂମି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ କରି ଅମୃତ ଭାରତ ଯୋଜନା ଅଧୀନରେ ଦେଶରେ ୪୧,୦୦୦ କୋଟି ଟଙ୍କା ବ୍ୟୟରେ ୫୫୪ ରେଳ ଷ୍ଟେସନ ଏବଂ ୧୫୦୦ ରୋଡ ଓଭର ବ୍ରିଜ୍ ଅଣ୍ଡର ପାସ୍ ର ଶିଳାନ୍ୟାସ କରିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୨୭ଟି ରାଜ୍ୟର ୫୫୪ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ ହୋଇଛି

ଏହି କ୍ରମରେ ଓଡ଼ିଶାର ୨୧ଟି ରେଳଷ୍ଟେସନର ଭିତ୍ତି ପ୍ରସ୍ତର ସ୍ଥାପନ ଓ ନବୀକରଣ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏ ସମସ୍ତ ଭିତ୍ତି ପ୍ରସ୍ତର ପ୍ରକଳ୍ପ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୨୦୦୦ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏଥିରେ ଓଡ଼ିଶାର ୨୧ଟି ରେଳ ଷ୍ଟେସନ୍, ୫୦ଟି ରୋଡ୍ ଓଭର୍ ବ୍ରିଜ୍ ଏବଂ ଅଣ୍ଡର ପାସ୍ ରହିଛି। ପାରଳାଖେମୁଣ୍ଡି, କେନ୍ଦୁଝର, ବ୍ରଜରାଜନଗର, ସମ୍ବଲପୁର ସିଟି, ଜୟପୁର ଭଳି ଷ୍ଟେସନ୍ ରହିଛି। ଏହି ସବୁ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ରୂପେ ପରିଣତ କରାଯିବ। ଯେଉଁଥିରେ ରହିବ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା। ଫୁଟ୍ ଓଭର ବ୍ରିଜ୍, ଫୁଡ୍ କୋର୍ଟ, ବହୁସ୍ତରୀୟ ପାର୍କିଂ, ଏସ୍କାଲେଟର୍, ରୁଫ୍ ପ୍ଲାଜା, ସପିଂ ଜୋନ୍ ଭଳି ଅନେକ ବ୍ୟବସ୍ଥା ରହିବ। ସାକ୍ଷୀଗୋପାଳ ରୋଡ ଓଭର ବ୍ରିଜ୍ ପାଇଁ ୬କୋଟି ୬୧ ଲକ୍ଷ ଟଙ୍କା ବୟ ବରାଦ କରାଯାଇଛି। ଯାଜପୁର ରୋଡ୍ ରେଳ ଷ୍ଟେସନ ମାଲ ଗୋଦାମ ନିକଟରେ ଓଭରବ୍ରିଜ୍ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି।

ସେହିପରି ମହାରାଷ୍ଟ୍ରର ୫୬, ଗୁଜରାଟର ୪୫, ଆନ୍ଧ୍ରପ୍ରଦେଶର ୪୬, ତାମିଲନାଡୁର ୩୪, ବିହାର ୩୩, ମଧ୍ୟପ୍ରଦେଶର ୩୩, କର୍ଣ୍ଣାଟକର ୩୧, ଝାଡଖଣ୍ଡର ୨୭, ଛତିଶଗଡର ୨୧ ଓ ରାଜସ୍ଥାନର ୨୧ ରେଳ ଷ୍ଟେସନ ପୁନଃବିକାଶ ପାଇଁ ଶିଳାନ୍ୟାସ କରିଛନ୍ତି ମୋଦି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ୧୫୦୦ ରୋଡ୍ ଓଭରବ୍ରିଜ୍ ଏବଂ ଅଣ୍ଡରପାସ୍‌ର ଭିତ୍ତି ପ୍ରସ୍ତର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏଥିରେ ଉତ୍ତରପ୍ରଦେଶର ୨୫୨, ମହାରାଷ୍ଟ୍ରର ୧୭୫, ମଧ୍ୟପ୍ରଦେଶର ୧୩୩, ଗୁଜରାଟର ୧୨୮, ତାମିଲନାଡୁର ୧୧୫, ରାଜସ୍ଥାନର ୧୦୬, ଛତିଶଗଡର ୯୦ ଏବଂ ଝାଡଖଣ୍ଡର ୮୩ଟି ପ୍ରକଳ୍ପ ଅନ୍ତର୍ଭୁକ୍ତ ଅଛି।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!