ଆକ୍ସନମୋଡ଼ରେ କମିସନରେଟ ପୋଲିସ। ଟ୍ରାଫିକ ଅମାନିଆଙ୍କ ପାଇଁ ପୋଲିସର କଡା ପଦକ୍ଷେପ । ରାଜଧାନୀରୁ 4ଦିନରେ 400ଟି ଗାଡି ଜବତ କରିଛି ପୋଲିସ । ଡ୍ରଙ୍କନ ଡ୍ରାଇଭ, ମୋବାଇଲ ଫୋନ ରେ କଥା ହୋଇ ଗାଡି ଚଳାଇଲେ। ରଙ୍ଗରୁଟ ରେ ଗାଡି ଚଳାଇଲେ ଏବଂ ରେଡ ଲାଇଟ ଡେଇଁ ପଳାଇଲେ ଗାଡି ଗୁଡିକୁ ଜବତ କରିବ ପୋଲିସ । ଏହାସହ ଗାଡି ଚାଳକଙ୍କ DL ସସ୍ପେଣ୍ଡ ପାଇଁ RTO କୁ ଜଣାଇଛି ପୋଲିସ ।
ମୋବାଇଲ ରେ କଥା ହୋଇ ଗାଡି ଚଲାଉଥିବାରୁ ଅଧିକ ଦୁର୍ଘଟଣା ଘଟୁଛି ଯାହାକୁ ନଜରରେ ରଖି ଏଭଳି ପଦକ୍ଷେପ ନେଇଛି କମିସନରେଟ ପୋଲିସ । ମୋବାଇଲ ଫୋନ ରେ କଥା ହୋଇ ଗାଡି ଚଳାଇଲେ ଗାଡି ଜବତ କରିବା ସହ ମୋବାଇଲ କୁ ମଧ୍ୟ ଜବତ କରିବ ପୋଲିସ। ଚେକିଂ ବେଳେ ଖସିବାକୁ ଉଦ୍ୟମ କଲେ ଫସିବେ ଚାଳକ। ସ୍ପାଇକ ବେରୀୟର ଲଗାଇବ ପୋଲିସ ।

