ବଡ଼ଦାଣ୍ଡରେ ଭକ୍ତ-ସମୁଦ୍ର

ଶ୍ରୀମନ୍ଦିର ସମ୍ମୁଖରେ ଅପେକ୍ଷାରେ ଥିଲେ ରଥତ୍ରୟ । ବଡ଼ଦାଣ୍ଡରେ ନୀଳଚକ୍ର ଓ ସିଂହଦ୍ବାରକୁ ଚାହିଁ ରହିଥିଲେ ଅଗଣିତ ଭକ୍ତ । କେତେବେଳେ ଆସିବେ ମହାପ୍ରଭୁ ? ଦର୍ଶନ ହେବ । ଶ୍ରୀମନ୍ଦିରରେ ନୀତିକାନ୍ତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ପହଣ୍ଡି । ଧାଡ଼ି ପହଣ୍ଡିରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥିଲେ ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟଘଣ୍ଟା ନାଦ, ହରିବୋଲ ହୁଳହୁଳିରେ କମ୍ପିଉଠିଥିଲା ପରିବେଶ । ଭାବବିହ୍ବଳ ହୋଇଉଠିଥିଲେ ଭକ୍ତ ।

 

ଚଳିତବର୍ଷ ରଥ ଯାତ୍ରାରେ ପାଖାପାଖି ୧୦ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ଗାଡି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥା ସୂଚାରୁ ରୂପେ ସମାପନ କରିବା ନେଇ ସ୍ବତନ୍ତ୍ର ଏସଓପି ଗ୍ରହଣ କରାଯାଇଥିଲା । ଟ୍ରାଫିକ ନିୟନ୍ତ୍ରଣ ପାଇଁ ସହରକୁ ବିଭିନ୍ନ ସେକ୍ଟରରେ ବଣ୍ଟାଯାଇଥିଲା । ସହର ପ୍ରବେଶ ପଥ ଗୁଡିକରେ ଚେକିଂକୁ କଡାକଡି କରାଯାଇଥିଲା । ହୋଟେଲ ଗୁଡିକ ଉପରେ କଡ଼ା ନଜରରେ ରଖାଯାଇଥିଲା ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!