ରାଜ୍ୟ ସରକାର ଚାହିଁଲେ ଅଧା ହୋଇଯିବ ପେଟ୍ରୋଲ ଦର

ଦରଦାମ ବୃଦ୍ଧି ରେ ମଧ୍ୟବିତଙ୍କ ପିଠିରେ ଜିଏସଟି ଛାଟ । ତାଉପରେ ପେଟ୍ରୋଲ ଡିଜେଲ ଦରଦାମ ବୃଦ୍ଧି ବୋଝ ଉପରେ ସାଜିଛି ନଳିତା ବିଡ଼ା । ପୂର୍ବରୁ ରାଜ୍ୟରେ ବିଜେଡ଼ି ସରକାର ଥିବା ସମୟରେ ରାଜ୍ୟ ବିଜେପି ଏନେଇ ବାରମ୍ବାର ଘେରିଥିଲା ।

ସୂଚନା ଅନୁଯାୟୀ ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସରକୁ ଆସିବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ସମସ୍ତ ରାଜ୍ୟ ଏ ବାବଦରେ ନିଷ୍ପତ୍ତିି ଜଣାଇବା ଆବଶ୍ୟକ ବୋଲି ମଧ୍ୟ କହିଛନ୍ତି । କେନ୍ଦ୍ର ସରକାର ରଖିଥିବା ସ୍ପଷ୍ଟ ଅନୁଯାୟୀ, ଯଦି ପେଟ୍ରୋଲ ଓ ଡିଜେଲ ଜିଏସଟି ପରିସରକୁ ଆସିବ ତାହେଲେ ଲିଟର ପିଛା ଦର ହାରାହାରି ୨୦ ଟଙ୍କା କମିଯିବ । ଅର୍ଥାତ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୭୫ରୁ ୮୦ ଟଙ୍କା ମଧ୍ୟରେ ଉପଲବ୍ଧ ହେବ । ବିଭିନ୍ନ ସମୟରେ ଇନ୍ଧନକୁ ଜିଏସଟି ପରିସରଭୁକ୍ତ କରିବାକୁ ଦାବି ହୋଇଛି । ଏହାରି ଭିତରେ କେନ୍ଦ୍ର ସରକାର ରାଜ୍ୟ ଉପରେ ନିଷ୍ପତ୍ତି ଛାଡିଛନ୍ତି । ୨୦୧୭ରେ ଜିଏସଟି ଲାଗୁ ହୋଇଥିଲା । ଇନ୍ଧନଜାତ ଦ୍ରବ୍ୟ କିନ୍ତୁ ଏହାର ପରିସରଭୁକ୍ତ ହୋଇନାହିଁ । କିନ୍ତୁ ତକ୍ରାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବାବଦରେ ବ୍ୟବସ୍ଥା କରିଥିଲେ ବୋଲି ଏବେର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ସ୍ପଷ୍ପ କରିଛନ୍ତି । ଦୁଇ ଦିନ ତଳେ ଜିଏସଟି ପରିଷଦ ବୈଠକ ଦିଲ୍ଲୀରେ ବସିଥିଲା ।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!