ଆଜି ସାରା ଓଡ଼ିଶା ପାଳୁଛି ମାଣ୍ଡିଆ ଦିବସ

ଓଡ଼ିଶା ସରକାର ୨୦୨୨ ମସିହା ମାର୍ଗଶୀର ମାସର ପ୍ରଥମ ଗୁରୁବାର(ନଭେମ୍ବର ୧୦ ତାରିଖ)କୁ ‘ମାଣ୍ଡିଆ ଦିବସ’ ଭାବେ ପାଳନ ଆରମ୍ଭ କରିଥିଲେ।ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ସାରା ଓଡ଼ିଶାରେ ଚଳିତବର୍ଷ ନଭେମ୍ବର ୧୦ ତାରିଖରେ ମାଣ୍ଡିଆ ଦିବସ ପାଳନ କରାଯାଉଛି। ମାଣ୍ଡିଆ ଚାଷର ପ୍ରଚାର ଏବଂ ପ୍ରସାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ୍‌ର ପ୍ରଚାରପ୍ରସାର ତଥା ଖାଦ୍ୟ ଥାଳିରେ ଲଘୁଶସ୍ୟକୁ ସାମିଲ କରିବା ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍‌ ମିଶନ୍’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ କୃଷି ବିଭାଗ ଦ୍ବାରା ରାଜ୍ୟର ୧୯ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇଛି।ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ମିଲେଟ୍ ଉତ୍ପାଦନ ତଥା ବ୍ୟବହାର ପାଇଁ ପ୍ରଚାରପ୍ରସାର କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। ଏଥିରେ ମାଣ୍ଡିଆରୁ ପ୍ରସ୍ତୁତ ସୁଆଦିଆ ଖାଦ୍ୟ ପ୍ରତି ରାଜ୍ୟ ତଥା ଦେଶ ବିଦେଶରେ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ପଦକ୍ଷେପ ନିଆଯାଉଛି।

ହିତକର ଶସ୍ୟ ମାଣ୍ଡିଆର ବହୁଳ ଉତ୍ପାଦନ ଓ ପ୍ରସାରକୁ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ମାଣ୍ଡିଆ ଦିବସ ପାଳନ କରାଯାଉଛି । ମାଣ୍ଡିଆକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ତଥା ମାଣ୍ଡିଆ ଚାଷୀଙ୍କ ଜୀବନ ଓ ଜୀବିକାର ବିକାଶ ଦିଗରେ ସହାୟ ହେବା, ଏହି ଦିବସ ପାଳନର ଉଦ୍ଦେଶ୍ୟ। ଓଡ଼ିଶା ମିଲେଟ୍‌ ମିଶନ ପକ୍ଷରୁ ମାଣ୍ଡିଆର ପ୍ରଚାର ପ୍ରସାର ନିମନ୍ତେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ଯୋଡ଼ା ଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟ୍‌ ଶକ୍ତି ଆଉଟ୍‌ଲେଟ୍‌ ଓ ମିଲେଟ୍‌ କାଫେ ଖୋଲାଯାଉଛି। ଜାତିସଂଘ ଦ୍ବାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ଘୋଷଣା କରାଯାଇଛି।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!