ଆହୁରି ୪ ରୁ ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିବ । ଏହି ସମୟରେ ପବନ ବେଗ ୪୦ ରୁ ୫୦ ରହିବ। କୋରାପୁଟରେ ସର୍ବାଧିକ ୩୬ ମିଳିମିଟର ବର୍ଷା ରେକର୍ଡ କରାଯାଇଛି। ସେପଟେ ଭଦ୍ରକ ଜିଲାର ରାଣୀତାଲ ଠାରେ କଳାବୈଶାଖୀ ବର୍ଷା ସାଙ୍ଗକୁ ସର୍ବାଧିକ ପବନର ବେଗ ୬୦ ରୁ ୭୦ ରେକର୍ଡ କରାଯାଇଛି।
ଆଜି ଉପକୂଳ ଜିଲ୍ଲା ତଥା ଅଭୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ସହ କୁଆପଥର ବର୍ଷା ଦେଖିବାକୁ ମିଳିବ।
ଏହି ସମୟରେ ପବନ ୪୦ ରୁ ୫୦ ବେଗରେ ବୋହିବ। ଆସନ୍ତା କାଲି ଦକ୍ଷିଣ ଉପକୂଳ ଏବଂ ଅଭ୍ୟନ୍ତରୀଣ ଓଡ଼ିଶାରେ କାଳ ବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏବଂ ୨୬ ତାରିଖରେ ପଶ୍ଚିମା ଝଡ଼ ସକ୍ରିୟ ହେବ। ଫଳରେ ଅଭାନ୍ତରୀଣ ଓଡ଼ିଶାରେ ବର୍ଷା ଓ ପବନ ହେବ,ଏହି ସମୟରେ ପବନ ବେଗ ୪୦ ରୁ ୫୦ ରହିବ। ୨୭ରେ ବର୍ଷାର ପରିମାଣ ବଢିବ।

