ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜ୍ୱଳପୁର ଫରେଷ୍ଟ ରେଞ୍ଜ୍ ଅଫିସର ସଂଗ୍ରାମ ମଣିହିରା।
ଏକକାଳୀନ ସମ୍ବଲପୁର, ବଲାଙ୍ଗିର ଓ ସୁନ୍ଦରଗଡ଼ର ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ।
ସେଥି ମଧ୍ୟରୁ ସମ୍ବଲପୁରର ବୁର୍ଲାରେ ଥିବା ସଂଗ୍ରାମ ମଣିହିରାଙ୍କ ତିନି ମହଲା ଘର, ବଲାଙ୍ଗିର ପୌତୃକ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ୍ ହୋଇଛି । ତାସହ ବଲାଙ୍ଗିର, ସୁନ୍ଦରଗଡ଼ର କିଛି ଠିକଣାରେ ଏକକାଳୀନ ହୋଇଛି ଚଢ଼ାଉ ।

