ସମ୍ପତ୍ତି ତାଲିକା ଦିଅ, ନଚେତ୍ ଫେବୃୟାରୀରୁ ଦରମା ବନ୍ଦ

କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ଆଜି ନିଜ ବିଭାଗର ସମସ୍ତ କର୍ମଚାରୀଙ୍କୁ କଡ଼ା ଚେତାବନୀ ଜାରି କରିଛନ୍ତି।ନିଜର ବାର୍ଷିକ ସମ୍ପତ୍ତି ତାଲିକା ଜାନୁୟାରୀ ୩୧ତାରିଖ ସୁଦ୍ଧା ଅନଲାଇନରେ ଏଚଆରଏମଏସ୍ ପୋର୍ଟାଲରେ ଦାଖଲ ନକଲେ ଫେବୃୟାରୀ ମାସର ଦରମା ମିଳିବ ନାହିଁ ।

ଯେପର୍ଯ୍ୟନ୍ତ ସମ୍ପତ୍ତି ବିବରଣୀ ଦାଖଲ ନହୋଇଛି ସେପର୍ଯ୍ୟନ୍ତ ମାସିକ ଦରମା ବନ୍ଦ ରହିବ ।” ଏହି ବାର୍ଷିକ ସମ୍ପତ୍ତି ବିବରଣୀ ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ ଉପର ପାହ୍ୟାକୁ ପଦୋନ୍ନତି ନିମନ୍ତେ ଜରୁରୀ ମଧ୍ୟ ।

ତେଣୁ ବିଭାଗର ସମସ୍ତ କର୍ମଚାରୀ ଓ ଅଫିସରମାନଙ୍କୁ ଜାନୁୟାରୀ ୩୧ ତାରିଖ ସୁଦ୍ଧା ଅନଲାଇନରେ ଏଚଆରଏମଏସ ପୋର୍ଟାଲରେ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି କେହି ନିଜର ସମ୍ପତ୍ତି ତାଲିକା ଧାର୍ଯ୍ୟ ସମୟସୀମା ମଧ୍ୟରେ ଦାଖଲ ନକରିବେ, ତା’ହେଲେ ସେମାନଙ୍କର ଦରମା ଫେବୃୟାରୀ ମାସରୁ ମିଳିବ ନାହିଁ ।

Post Views62 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!