କଟକରେ କାଲି ଦିନ ୨ଟାରୁ ସବୁ ଶିକ୍ଷାନୁଷ୍ଠାନ ଛୁଟି

ଆସନ୍ତା ୧୩ରୁ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍ ମ୍ୟାଚ୍ଗୁଡ଼ିକ ଖେଳା ଯିବ। ଏଥିପାଇଁ ବିଭିନ୍ନ ଦେଶର ଖେଳାଳିମାନେ ଭୁବନେଶ୍ୱର ଓ ରାଉରକେଲାରେ ପହଞ୍ଚି ସାରିଲେଣି।

ଆଉ ଏହି ଉଦ୍ ଘାଟନୀ ଉତ୍ସବ ପାଇଁ ଆସନ୍ତାକାଲି କଟକ ସହରରେ ଥିବା ସମସ୍ତ ସ୍କୁଲ୍, କଲେଜ ଗୁଡ଼ିକୁ ଦିନ ୨ଟାରୁ ଛୁଟି କରି ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି ନିର୍ଦ୍ଦେଶ।

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି, ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ କଟକରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବଂ କଲେଜ ଦିନ ୨ଟାରୁ ବନ୍ଦ ରହିବ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!