ନିର୍ବାଚନ ଲଢିବେନି ବିଧାୟକ ସୁରେଶ ରାଉତରାୟ, ପୁଅକୁ ଦେବେ ସୁଯୋଗ

ଆଉ ନିର୍ବାଚନ ଲଢିବେନି କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ତାଙ୍କ ସ୍ଥାନରେ ସେ ତାଙ୍କ ସାନ ପୁଅ ତଥା ଏୟାର ଇଣ୍ଡିଆର ପାଇଲଟ ଥିବା ମନ୍ମଥ ରାଉତରାୟଙ୍କୁ ମୈଦାନକୁ ଛାଡିବେ। ଏନେଇ ଖୋଦ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି। ଏହାସହ ତାଙ୍କୁ ୮୦ ଛୁଇଁଥିବାରୁ ସେ ନିର୍ବାଚନ ଲଢିବେନି ବୋଲି ସୂଚନା ଦେଇଛନ୍ତି। ହେଲେ ଲୋକଙ୍କ ସେବା ସେପରି ଜାରି ରଖିବେ ବୋଲି ସେ ଜଣାଇଛନ୍ତି।

ବିଗତ କିଛି ଦିନ ହେବ ତାଙ୍କ ସାନ ପୁଅ ମନ୍ମଥଙ୍କୁ ଜଟଣୀ ନିର୍ବାଚନମଣ୍ଡଳୀର ବିଭିନ୍ନ ସଭାରେ ଦେଖିବାକୁ ମିଳୁଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଲାଗିରହିଥିଲା। ଯେଉଁଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ସୁରେଶ ରାଉତରାୟ ଓରଫ ସୁର ରାଉତରାୟ। ସେ ତାଙ୍କ ସାନ ପୁଅଙ୍କୁ ଏଥର ସୁଯୋଗ ଦେବେ ବୋଲି କହିଛନ୍ତି। ଏହାସହ ସେ କଂଗ୍ରେସରେ ଥିବାରୁ ତାଙ୍କ ପୁଅ ମଧ୍ୟ କଂଗ୍ରେସରୁ ହିଁ ଲଢିବେ ବୋଲି ସେ କହିଛନ୍ତି।

ସୂଚନା ଥାଉକି, ୧୯୭୭ ମସିହାରେ ଜଟଣୀରୁ ଜନତା ପାର୍ଟିରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିରେ ସୁର ରାଉତରାୟ। ପରେ କଂଗ୍ରେସ ଟିକେଟରୁ ୧୯୮୦, ୧୯୮୫, ୧୯୯୫, ୨୦୦୦ ଓ ୨୦୧୯ ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!