ବବି ଭାଇ । ବିକାଶର ପ୍ରତିଛବି, ଉନ୍ନତିର ଓମକାର ଧ୍ୱନୀ । ଓଡିଶାର ସେବାରେ ସମର୍ପିତ, ସଂକଳ୍ପବଦ୍ଧ ସେବକ । କଥା କମ କୁହନ୍ତି, ରାଜ୍ୟର ବିକାଶ ପାଇଁ ଅହରହ ପରିଶ୍ରମ କରନ୍ତି । ଏଭଳି ନିସ୍ୱାର୍ଥପର ସେବକଙ୍କୁ ଏଥର ସମ୍ବଲପୁରର ବିକାଶ ପାଇଁ ପଠାଇଛନ୍ତି ବିକାଶ ପୁରୁଷ ନବୀନ ପଟ୍ଟନାୟକ । ମାଆ ସମଲେଇଙ୍କ କ୍ଷେତ୍ରକୁ ସମୃଦ୍ଧିର ଶୀର୍ଷରେ ପହଞ୍ଚାଇବାକୁ ନବୀନଙ୍କ ସିପାହୀ ସାଜିଛନ୍ତି ପ୍ରଣବ ପ୍ରକାଶ ଦାସ । ଜନସେବା ଲକ୍ଷ୍ୟ ଓ ବିକାଶର ବିଶ୍ୱାସ ନେଇ ଲୋକଙ୍କ ପାଖରେ ପହଞ୍ଚିଛନ୍ତି ବବି ଭାଇ । ଆଉ ପ୍ରଣବଙ୍କ ପ୍ରତିପକ୍ଷରେ ଅଛନ୍ତି ବିଜେପିର ଓଡ଼ିଶା ଚେହେରା ଧର୍ମେନ୍ଦ୍ର ପ୍ରଧାନ। ହେଲେ ବିକାଶ ସାଥିରେ ଥିଲେ ଆଗରେ କିଏ ଅଛି ପରଓ୍ବା ନାହିଁ ବୋଲି କହି ବିଜୟର ଦମ୍ଭୋକ୍ତି ଦେଖାଇ ସାରିଛନ୍ତି ପ୍ରଣବ।
ସାଲିସବୀହିନ ସମ୍ରାଟ ସ୍ୱର୍ଗତ ଅଶୋକ ଦାସଙ୍କ ବଡ଼ପୁଅ ବବି । ପୂର୍ବତନ ବିରୋଧୀ ଦଳ ନେତା ଓ ପୂର୍ବତନ କୋରୋଇ ବିଧାୟକ ସ୍ୱର୍ଗତ ଅଶୋକ ଦାସଙ୍କ ଦେହାନ୍ତ ପରେ ତାଙ୍କର ଦାୟାଦ ଭାବେ ୨୦୦୯ ମସିହାରେ ରାଜନୀତିରେ ପାଦଥାପିଲେ ପ୍ରଣବ । ଆଉ ସେହିବର୍ଷ ପ୍ରଥମଥର ଲାଗି ଯାଜପୁର ବିଧାନସଭା ଆସନ ଲାଗି ବିଜେଡ଼ି ଟିକେଟରୁ ନିବାର୍ଚନ ଲଢିଲେ । ଆଉ ବିପୁଳ ଭୋଟର ବିଜୟ ଲାଭ କରି ବିଧାୟକ ହେଲେ । ଏହାପରେ ୨୦୧୪ରୁ ୨୦୧୯ରେ ବି ଯାଜପୁରବାସୀ ପ୍ରଣବଙ୍କୁ ବିଧାୟକ ଭାବେ ନିବାର୍ଚିତ କରିଛନ୍ତି । ୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶକ୍ତି ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ କରିଥିଲେ ।
ଦଳରେ ପ୍ରଣବ ସାମିଲ ହେବା ଠାରୁ ତାଙ୍କ ଭିତରେ ତାଙ୍କ ବାପା ଅଶୋକଙ୍କ ପରି ଦଳ ପ୍ରତି ଆନୁଗତ୍ୟ ଓ ସାଂଗଠନିକ ଦକ୍ଷତା ଥିବା ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଅନୁଭବ କଲେ । ତେଣୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସେ ସାଂଗଠନିକ ଦାୟିତ୍ୱ ବୁଝିବା ପାଇଁ ପ୍ରଣବଙ୍କୁ ନବୀନ ନିର୍ଦ୍ଦେଶ ଦେଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବା ପ୍ରଣବ ସଙ୍ଗେ ସଙ୍ଗେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦଳର ସାଂଗଠନିକ ଦାୟିତ୍ୱ ବୁଝିଲେ । ନବୀନଙ୍କ ନିର୍ଦ୍ଦେଶରେ ବିଜେଡ଼ି କିପରି ଶକ୍ତିଶାଳୀ ହେବ ସେ କାମରେ ଲାଗିଗଲେ ପ୍ରଣବ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ବିଜେଡ଼ିର ସଂଗଠନ କିପରି ଏକା ସାଙ୍ଗରେ ଘରେଘରେ ପହଞ୍ଚିବ ସେ ନେଇ ପ୍ରଣବ ନବୀନଙ୍କ ନିର୍ଦ୍ଦେଶ ଅନୁସାରେ କାମ କଲେ ।
ପ୍ରଥମେ କୋରାପୁଟ ଜିଲ୍ଲାର ସାଂଗଠନିକ ଦାୟିତ୍ୱ ନେଲେ ପ୍ରଣବ । ତାଙ୍କୁ କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ କରାଗଲା । କଂଗ୍ରେସର ଦବଦବା ଥିବା କୋରାପୁଟ ଜିଲ୍ଲାରେ ବିଜେଡ଼ି ସଂଗଠନଙ୍କୁ ନବୀନଙ୍କ ପ୍ଲାନ ଅନୁସାରେ ପ୍ରଣବ ଅଧିକ ସଂଗଠିତ କଲେ । ଦଳର ଗୋଷ୍ଠୀ କନ୍ଦଳ ତୁଟାଇ ସଭିଁଙ୍କୁ ଏକଜୁଟ କଲେ । ସଂଗଠନ ସଠିକ ଭାବେ ଚାଲିଲା ।ଏବଂ ଏହାପରେ ଆସିଲା ବିଜେପୁର ଉପ ନିବାଚନ । ୩ମାସ କାଳ ପ୍ରଣବ ଯାଜପୁର,ଭୁବନେଶ୍ୱର ଭୁଲି ବିଜେପିର ଏହି ପଡ଼ାରେ ଦଳର ସଂଗଠନ ମଜବୁତ କରିବା ପାଇଁ ରହିଲେ । ଭୂଲିଗଲେ ଘର ଓ ସମ୍ପର୍କୀୟଙ୍କୁ । ପୂରା ପଶ୍ଚିମ ଓଡ଼ିଶାର ନେତାଙ୍କୁ ଏକାଠି କରି ଦଳର ସଂଗଠନକୁ ମଜବୁତ କଲେ । ଏହାସହ ବିଜେପୁରବାସୀ କଣ ଚାହୁଛନ୍ତି ସେନେଇ ବିଜେପୁରର ପ୍ରତି ଗାଁରେ ଲୋକଙ୍କ ସହ ସିଧାସଳଖ ଆଲୋଚନାକରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ । ମୁଖ୍ୟମନ୍ତ୍ରୀ ପ୍ରଣବଙ୍କ ଦେଇଥିବା ପ୍ରସ୍ତାବକୁ ତର୍ଜମା କରି ସଙ୍ଗେ ସଙ୍ଗେ ଏହାକୁ କାର୍ଯ୍ୟକାରୀ କଲେ । ବିଜେପୁରରେ ହାଇଭୋଲଟେଜ ଉପନିବାର୍ଚନରେ ବିଜେପି ଓ କଂଗ୍ରେସ ବି ବିଜୟ ପାଇଁ ଲାଗି ପଡ଼ିଲେ । ହେଲେ ନବୀନଙ୍କ ନିର୍ଦ୍ଦେଶରେ ପ୍ରଣବ ଏପରି ଗୋଟି ଚାଳନ କଲେ ଯାହାକୁ ବିରୋଧୀ ବି ବୁଝିପାରିଲେ ନାହିଁ । ଯାହା ଫଳରେ ବିଜେଡ଼ି ବିଧାୟିକ ପ୍ରାର୍ଥୀ ରୀତା ସାହୁ ବିପୁଳ ୪୩ ହଜାର ଭୋଟର ବିଜୟ ଲାଭ କଲେ ।
ଏହାପରେ ୨୦୧୯ ସାଧାରଣ ନିବାର୍ଚନ ହେଲା । ବିଜେପି ମିଶନ ୧୨୦ ପ୍କସର ନାରା ଦାଲା । ନବୀନଙ୍କ ନିର୍ଦ୍ଦେଶରେ ପ୍ରଣବ ବରିଷ୍ଠ ଓ ଯୁବନେତାଙ୍କୁ ଏକାଠି କରି ଜିଲ୍ଲାରୁ ଜିଲ୍ଲା ଗସ୍ତ କରି ସଂଗଠନ ମଜବୁତ କରିବା ସହ ବିଜୟ ପାଇଁ ବିଜେଡ଼ି ସୁପ୍ରିମୋ ଦେଇଥିବା ଗୁରୁମନ୍ତ୍ରଙ୍କୁ ବିଜେଡ଼ି ନେତା ଓ କର୍ମୀଙ୍କୁ ବୁଝାଇଲେ । ବିଜେଡ଼ି ଟିକେଟ ପାଇଁ ବହୁ ଆଶାୟୀ ଓ ଅସନ୍ତୋଷକୁ ତାଙ୍କର ଚତୁର ବୃଦ୍ଧି ପ୍ରତିହତ କରି ସୁପ୍ରିମୋଙ୍କ ଖୁସି କରାଇପାରିଥିଲେ । ବିଜେଡ଼ିକୁ ଜିତାଇବା ପାଇଁ ଦିନରାତି ଏକ କରି ପ୍ରଣବ ନିଷ୍ଠାର ସହ କାମ କଲେ । ଏପରିକି ନିଜ ନିବାର୍ଚନୀ ମଣ୍ଡଳୀରେ ୨୦୧୯ ସାଧାରଣ ନିବାର୍ଚନରେ ଯେପରି ପ୍ରଚାର କରିବା କଥା ତାହା ବି ସେକଲେ ନାହିଁ। ବିଜେଡ଼ି କିପରି ଅଧିକ ଆସନରେ ବିଜୟ କରିବ ସେ ଚିନ୍ତା ଘାରିଥିଲା ତାଙ୍କୁ । ନବୀନଙ୍କ ପ୍ରତି ସଭାକୁ କିପରି ସଫଳ କରାଯିବ ସେଥିଲାଗି ଦିନରାତି ଏକ କରି କେତେବେଳେ କୋରାପୁଟରେ ତ କେତେବେଳେ ମୟୁରଭଞ୍ଜ , କେତେବେଳେ କେନ୍ଦ୍ରପଡ଼ା ତ କେତେବେଳେ ତାଳଚେର ,ବ୍ରହ୍ମପୁର ଓ ଭଦ୍ରକରେ ପ୍ରଣବ ରାତି କଟାଉଥିଲେ । ନିଜ ନିବାର୍ଚନୀ ମଣ୍ଡଳୀକୁ ମଧ୍ୟ ସମୟ ଦେଉପାରୁନଥିଲେ ନିଜ ପାଇଁ ପ୍ରଚାର କରିନଥିଲେ । ଏପରିକି ପ୍ରଚାରର ଶେଷ ଦିନରେ ପ୍ରଣବ ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ ଥିବା କେନ୍ଦ୍ରପଡ଼ା ଜିଲ୍ଳାରେ ରହିଥିଲେ ।
ନବୀନଙ୍କ ଲୋକପ୍ରିୟତା, ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ବିଜେଡ଼ିର ନେତା ଓ କର୍ମୀଙ୍କ ପରିଶ୍ରମ ଯୋଗୁଁ ବିଜେଡ଼ି ୨୦୧୯ ନିବାର୍ଚନରେ ୧୧୨ ଆସନରେ ବିଜୟ କଲା । ୧୨ ଜଣ ସାଂସଦ ମଧ୍ୟ ଜିତିଲେ ବିଜେଡ଼ିର । ଏସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯିବା ନିଶ୍ଚିତ । ହେଲେ ପ୍ରଣବ ନିବାର୍ଚନ ବୈତରଣୀ ପାର କରିବା ପାଇଁ ଯେଉଁ ପରିଶ୍ରମ କରିଛନ୍ତି ତାହା ନବୀନ ହିଁ ବୁଝିଥିଲେ ଓ ମନେ ରଖିନଥିଲେ । ସେହିପରି ଓଡ଼ିଶାର ବଡ଼ ଜିଲ୍ଲା ମୟୁରଭଞ୍ଜରେ ଦଳର ସଂଗଠନ ମଜବୁତ କରିବା ପାଇଁ ନବୀନ ପ୍ରଣବଙ୍କୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି । ଯେତେବେଳେ ପଂଚମ ପାଳିରେ ନବୀନ ସରକାର ଗଠନ କଲେ । ଆଶା କରାଯାଉଥିଲା ପ୍ରଣବ ପରିଶ୍ରମ ପାଇଁ ପୁରସ୍କାର ମିଳିବ । କ୍ୟାବିନେଟ ମନ୍ତ୍ରୀ ସହ ନବୀନ ତାଙ୍କୁ ମନ୍ତ୍ରୀମଣ୍ଡଳର ଗୁରୁଦାୟିତ୍ଵ ଦେବେ । ହେଲେ ପ୍ରଣବ ନିଜ ପିତାଙ୍କ ପରି ଦଳକୁ ଆଗେ ଦେଖି କ୍ଷମତା ଲୋଭରୁ ନିଜକୁ ଦୂରେଇ ରଖିଲେ । ମନ୍ତ୍ରୀ ହେଲେ ଦଳ ପାଇଁ କାମ କରିବାକୁ କାଳେ ଅସୁବିଧା ହେବ ସେଥିଲାଗି ସେ ମନ୍ତ୍ରୀ ହେବାକୁ ଚାହିଲେ ନାହିଁ । ଓଡ଼ିଶାର ଏକ ନମ୍ବର ମନ୍ତ୍ରୀ ହେବା ପରେ ବି ସେ ଦଳର ସଂଗଠନ ସଜାଡ଼ିବା ପାଇଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଆସିଲା ପାଟକୁରା ଉପ ନିବାର୍ଚନ । ବିଜେପିର ପ୍ରାର୍ଥୀ ହେଲେ ବିଜୟ ମହାପାତ୍ର । ବିଜେଡ଼ି ପାଇଁ ମଧ୍ୟ ଏହି ଉପନିବାର୍ଚନ ସମ୍ମାନର ପ୍ରଶ୍ନ ଥିଲା । ନବୀନ ସ୍ୱର୍ଗତ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ଧର୍ମପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲକୁ ପ୍ରାର୍ଥୀ କଲୋ । ଅଶୀ ଦଶକର ରାଜନୀତିର ଚାଣକ୍ୟ ପାଇଁ ରାଜ୍ୟ ବିଜେପି ଠାରୁ କେନ୍ଦ୍ର ବିଜେପି ନେତା ଲାଗିପଡ଼ିଲେ । ହେଲେ ଓଡ଼ିଶା ରାଜନୀତିର ଅସଲି ଚାଣକ୍ୟ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ପାଇଁ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ରଣନୀତି । ଯାହାର ସେନାପତି କଲେ ପ୍ରଣବ ପ୍ରକାଶ ଦାସଙ୍କୁ । ଯାହା ଫଳରେ ବିଜୟ ମହାପାତ୍ର ବିଧାନସଭା ବାଟ ବନ୍ଦ ହେଲା । ବିଜୁଙ୍କ ଗଡ଼ରେ ପୁଣି ଉପ ନିବାର୍ଚନରେ ବିଜେଡ଼ିର ବାନା ଉଡ଼ିଲା ।
ଦଳପ୍ରତି ଆନୁଗତ୍ୟ , ପରିଶ୍ରମ ଓ ନିଜର ସାଂଗଠନିକ ଦକ୍ଷତା ଦେଖାଇଥିବା ପ୍ରଣବଙ୍କୁ ନବୀନ ଦେଲେ ବଡ଼ ଉପହାର । ପ୍ରଣବଙ୍କ ପରିଶ୍ରମକୁ ବିଜୁବାବୁଙ୍କ ଜୟନ୍ତୀରେ ମନେପକାଇ ସର୍ବ ସାଧାରଣରେ ତାଙ୍କୁ ଦଳର ସଂଗଠନ ସଂପାଦକ ଭାବେ ନବୀନ ନିଯୁକ୍ତି ଦେଇଥିଲେ।ବିଜେଡ଼ିରେ ଏପରି ପଦବୀ ପ୍ରଥମ ଥର ଲାଗି ପ୍ରଣବଙ୍କ ପାଇଁ ସୃଷ୍ଟି କଲେ ନବୀନ । କାରଣ ନବୀନ ଏପରି ନେତା ଯିଏକି ଉଚିତ ଲୋକଙ୍କୁ ଉଚିତ ସ୍ଥାନରେ ରଖନ୍ତି । ଯାହା ବହୁବାର ପ୍ରମାଣିତ ହୋଇଛି । ଯାହାକୁ ଗଣମାଧ୍ୟମ ଭାଷାରେ ଚମକାଇଲା ପରି ଖବର କୁହାଯାଏ । ବିଜେଡ଼ି ସରକାରର ୨୦ବର୍ଷ ପୂର୍ତ୍ତିରେ ପ୍ରଣବଙ୍କୁ ବଡ ଦାୟିତ୍ବ ଦେଇଥିଲେ ନବୀନ । ଏହାପରେ ଆହୁରି ଜୋସରେ ଦଳ ପାଇଁ କାମ କରୁଛନ୍ତି। ଗତ ପଞ୍ଚାୟତ ଓ ପୈାର ନିର୍ବାଚନରେ ବିଜେଡିର ଏକତରଫା ବିଜୟରେ ପ୍ରଣବଙ୍କ ଅବଦାନ ଉଲ୍ଲେଖନୀୟ । ଦଳକୁ ପ୍ରତି ନିର୍ବାଚନରେ ବିଜୟୀ କରାଇବା ସହ କ୍ରାଇସିସ ମ୍ୟାନେଜମେଣ୍ଟରେ ବି ସେ ସିଦ୍ଧହସ୍ତ।
ଏହି ଆସନରେ ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିବା ପରେ ବିଜେଡି ମଧ୍ୟ ତାର ପ୍ରାର୍ଥୀ ଘୋଷଣା କରି ପ୍ରଣବ ପ୍ରକାଶ ଦାଶ ଓରଫ ବବି ଦାଶଙ୍କୁ ଏହି ମୈଦାନକୁ ଛାଡିଛି।ଅର୍ଥାତ୍ ହଟ ସିଟରେ ଏବେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ।
ସମ୍ବଲପୁର ଆସନର ଗୁରୁତ୍ୱ ରହୁଥିବାରୁ ଏବେ ୨ ହେଭିୱେଟ ନେତାଙ୍କ ହାରଜିତ୍ ସମ୍ମାନର ପ୍ରଶ୍ନ ହୋଇଛି।

