ଖାଦ୍ୟରେ ପଡ଼ିଲା ଝିଟିପିଟି । ବିଷାକ୍ତ ଖାଦ୍ୟ ଖାଇ ୯୮ ଜଣ ଛାତ୍ରୀ ଅସୁସ୍ଥ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବାଉଁଶପୁଟ ସରକାରୀ ୟୁପି ସ୍କୁଲରେ ଅଘଟଣ । ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ବନ୍ଧୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସକାଳ ୮ଟା ବେଳକୁ ଖାଦ୍ୟରେ ଝିଟିପିଟି ପଡ଼ିଥିବା ନେଇ ଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିଥଲେ । ପ୍ରଧାନଶିକ୍ଷକ ତୁରନ୍ତ ମେଡିକାଲକୁ ଫୋନ କରିଥିଲେ ।
ବନ୍ଧୁଗାଁ ସ୍ବାସ୍ଥ୍ୟ ବିଭାଗ ଟିମ୍ ସ୍କୁଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ ସମସ୍ତ ଛାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି ।

