କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧି, ଯାହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଚିନ୍ତାର କାରଣ ହୋଇପାରେ । ତେବେ ଆସନ୍ତୁ ପ୍ରଥମେ ଶୀତ ଋତୁରେ କୋଲେଷ୍ଟ୍ରଲ୍ ବୃଦ୍ଧି ହେବାର ଲକ୍ଷଣଗୁଡ଼ିକ ଜାଣିବା।
ଶୀତ ଋତୁରେ କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧି ପାଇଲେ ଶରୀର ଅନେକ ସଙ୍କେତ ଦିଏ । ଥକ୍କାପଣ, ଛାତି ଭାରୀ ଅନୁଭବ, ଆଳସ୍ୟ ବୃଦ୍ଧି ଏବଂ ନିଶ୍ୱାସ ନେବାରେ ସମସ୍ୟା ଦେଖାଯାଉଥିଲେ ସାବଧାନ ହୋଇଯାଆନ୍ତୁ । ଅନେକ ଲୋକ ବ୍ୟାୟାମ କିମ୍ବା ଅଳ୍ପ ପରିଶ୍ରମ ପରେ ଶୀଘ୍ର ଥକି ଯାଆନ୍ତି । ଅନେକ ସମୟରେ ଗୋଡରେ ଯନ୍ତ୍ରଣା, ବେକ କିମ୍ବା କାନ୍ଧ ଦରଜ ଏବଂ ମୁଣ୍ଡ ଭାରି ଅନୁଭବ ଭଳି ଲକ୍ଷଣ ସୂଚାଇ ଦିଏ ଯେ, ଶରୀରରେ ଚର୍ବି ଏବଂ କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧି ପାଉଛି । ଏବଂ ଏହାକୁ ତୁରନ୍ତ ନିୟନ୍ତ୍ରଣ କରିବା ଜରୁରୀ । ତେବେ ଶୀତ ଋତୁରେ ଏହି ବିପଦ କାହିଁକି ବୃଦ୍ଧି ପାଏ ।
ଶୀତଦିନେ ହାଇ କୋଲେଷ୍ଟ୍ରଲର ବିପଦ ଅନେକ କାରଣରୁ ବୃଦ୍ଧି ପାଏ । ଥଣ୍ଡାରେ ଶରୀର ଶକ୍ତି ସଂରକ୍ଷଣ କରିବାକୁ ଚେଷ୍ଟା କରେ, ଯାହା ମେଟାବୋଲିଜିମ୍ କୁ ଧୀର କରିଦିଏ ଏବଂ ଫ୍ୟାଟ୍ ବର୍ଣ୍ଣିଂକୁ କମ କରେ । ଏହା ବ୍ୟତୀତ ଥଣ୍ଡା ପାଗରେ ଲୋକମାନେ ଧିର ହୋଇଯାଆନ୍ତି । କମ୍ ବ୍ୟାୟାମ କରନ୍ତି ଯାହା ଫଳରେ ଶରୀରରେ ଚର୍ବି ଜମା ହୁଏ ।

