ମହାମେଳା ବାଲିଯାତ୍ରା ଆରମ୍ଭ

ଆଜିଠୁ ଆରମ୍ଭ ଏୈତିହାସିକ ବାଲିଯାତ୍ରା । କିଲ୍ଲା ପଡିଆ ଓ ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆରମ୍ଭ ହୋଇଛି ମହାମେଳା । ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ମହାନଦୀ ପଠାର ତଳ ଓ ଉପର ବାଲିଯାତ୍ରା ପଡିଆରେ ୮ ଦିନ ଧରି ହେବ ଲୋକାରଣ୍ୟ  । ସଂଧ୍ୟାରେ ଆନୁଷ୍ଠାନିକ ଭାବେ ମେଳାକୁ ଉଦଘାଟନ କରାଯିବ । ବାଲିଯାତ୍ରାରେ ଏଥର ପ୍ରମୁଖ ଆକର୍ଷଣ ସାଜିବ ଗ୍ରାମୀଣ ପ୍ରତିଛବି ଓ ଫିସ୍ ଟନେଲ୍ । ଦୋଳି, ମୀନା ବଜାର ସାଙ୍ଗକୁ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ବି ଆକର୍ଷଣ ସାଜିବ ।  ୧୨୦୦ରୁ ଅଧିକ ଷ୍ଟଲ୍ ଖୋଲାଯିବାକୁ ଥିବାବେଳେ ଓରମାସର ୪୨୦ଟି ଷ୍ଟଲ ଏସଏଚଜି ମାଆମାନେ ଖୋଲୁଛନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ୪ଟି ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ରହିଛି  । ସିସିଟିଭି  ଲଗାଯିବା ସହ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ନଜର ରଖିଛି ପୋଲିସ  ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!