ବିଦା ହେଲା କମାଣ୍ଡର

() ହ୍ୱାଇଟ୍ ହାଉସ୍ରୁ ବିଦା ହେଲା କମାଣ୍ଡର । ଏହି କମାଣ୍ଡର ଆଉ କେହି ନୁହଁ । ସୁରକ୍ଷା ଦାୟିତ୍ବରେ ଥିବା ଏକ କୁକୁର । ୧୧ ଜଣଙ୍କୁ କାମୁଡିବା ଯୋଗୁଁ ହ୍ୱାଇଟ୍ ହାଉସରୁ ବିଦା ହେଲା କମାଣ୍ଡର । କମାଣ୍ଡରକୁ ଏକ ଅଜଣା ସ୍ଥାନକୁ ପଠାଇ ଦିଆଯାଇଛି । ଏକ ଅଜଣାସ୍ଥାନକୁ ଦୁଇ ବର୍ଷ ବୟସ୍କ ଜର୍ମାନ ସିଫର୍ଡକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ଗତ ୨୦୨୧ରେ କମାଣ୍ଡରକୁ ଛୋଟିଆ ଅବସ୍ଥାରେ ହ୍ବାଇଟ ହାଉସକୁ ଅଣାଯାଇଥିଲା । ହ୍ବାଇଟ ହାଉସ ସିକ୍ରେଟ ସର୍ଭିସର କହିବା କଥା କୁକୁରଟି ୧୧ ଜଣ ଷ୍ଟାଫଙ୍କୁ କାମୁଡିବା ପରେ ତାକୁ ଅଜଣା ସ୍ଥାନକୁ ପଠାଇଦିଆଯାଇଛି ।

ତେବେ ୧୧ ଜଣ ନୁହଁ ବରଂ ବହୁ ଅଧିକ ଲୋକଙ୍କୁ କୁକୁରଟି କାମୁଡିଥିବା କୁହାଯାଇଛି । ହ୍ବାଇଟ ହାଉସ କର୍ମଚାରୀଙ୍କ ସୁରକ୍ଷାକୁ ରାଷ୍ଟ୍ରପତି ଦମ୍ପତି ପ୍ରାଥମିକତା ଦିଆଯାଉଛି ବୋଲି କହିଛନ୍ତି ଫାଷ୍ଟ ଲେଡି ଜିଲ ବାଇଡେନଙ୍କ ଯୋଗାଯୋଗ ନିର୍ଦ୍ଦେଶକ ଏଲିଜାବେଥ ଆଲେକଜାଣ୍ଡାର । ଗତ ସେପ୍ଟେମ୍ବର ୩୦ରେ ଶେଷ ଥର ଲାଗି କମାଣ୍ଡରକୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ କ୍ବାର୍ଟର୍ସର ଟ୍ରୁମାନ ବାଲକୋନିରେ ଦେଖିବାକୁ ମିଳିଥିଲା । ପୂର୍ବରୁ ମେଜର ନାମକ ଜର୍ମାନ ସେଫର୍ଡକୁ ମଧ୍ୟ ଏହି କାରଣରୁ ହ୍ବାଇଟ ହାଉସରୁ ବିଦା କରାଯାଇଥିଲା । ବାଇଡେନଙ୍କ ଅତିପ୍ରିୟ କୁକୁର ଚାମ୍ପ ୨୦୨୧ରେ ୧୩ ବର୍ଷ ବୟସରେ ଆଖି ବୁଜିଥିଲା ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!