କାହିଁକି ଦିଲ୍ଲୀରେ ବଢୁଛି ପ୍ରଦୂଷଣ ?

ଧୂଆଁ ଧୂଆଁ ଦିଲ୍ଲୀ । ଦିଲ୍ଲୀରେ ବଢୁଛି ପ୍ରଦୂଷଣ । ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ପ୍ରଦୂଷଣ ବୃଦ୍ଧିକୁ ନେଇ ଜିଆରଏପି-୪କୁ କଡାକଡି ଭାବେ ଲାଗି କରିବା ଉପରେ ଆଲୋଚନା ହେବ । ବର୍ତ୍ତମାନର ପ୍ରଦୂଷଣ ସ୍ଥିତିକୁ ନେଇ ଦିଲ୍ଲୀ ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ-୪ ଲାଗୁ କରାଯାଇଛି। ଏୟାର କ୍ବାଲିଟି ଇଣ୍ଡେକ୍ସ ଏକ୍ୟୁଆଇ ୪୫୦ ଉପରେ ରହିଲେ ପ୍ରଦୂଷଣର ସ୍ତର ଗମ୍ଭୀର ପ୍ଲସ୍ ଶ୍ରେଣୀରେ ରହିଥାଏ । ଦିଲ୍ଲୀରେ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଯାଇଛି। ସାର୍ବଜନୀନ ଯୋଜନା ଅନ୍ତର୍ଗତ ବିକାଶମୂଳକ କାର୍ଯ୍ୟ ଉପରେକଟକଣା ଲଗାଯାଇଛି । ବାୟୁ ପ୍ରଦୂଷଣ ରୋକିବାକୁ ବିଭିନ୍ନ ସ୍ଥାନରେ ୧୨ଟି ଅଗ୍ନିଶମ ଗାଡିକୁ ନିୟୋଜିତ କରାଯାଇ ଜଳ ଛିଞ୍ଚା ଯାଉଛି ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!