କେନ୍ଦୁଝରରେ ମହାବଳ !

() କେନ୍ଦୁଝର ବନଖଣ୍ଡରେ ବାଘ ଗଣନା ସମୟରେ ଏକ ମହାବଳ ଓ ଏକ କଲରାପତରିଆ ବାଘ ଠାବ । ଟ୍ରାପ କ୍ୟାମେରାରେ ପାଦ ଚିହ୍ନ ଦ୍ୱାରା ଠାବ ହୋଇଛି ବାଘ। ପ୍ରଥମ ପର୍ଯ୍ୟାୟରେ ସାଇନ ସର୍ଭେ ଓ ବର୍ତମାନ ନଭେମ୍ବର ୧ରୁ ସାଇନ ସର୍ଭେ ସହ ଆରମ୍ଭ ହୋଇଛି କ୍ୟାମେରା ଟ୍ରାପ ସର୍ଭେ । ଜାନୁଆରୀ ୧୫ ପର୍ଯ୍ୟନ୍ତ ଚାଲିବ ଏହି ସର୍ଭେ । କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ର ୧୦୨ ଟି ବିଟ୍ ଅଞ୍ଚଳରେ ୧୦୨ ଟି ଟିମ୍ ଦ୍ବାରା ବ୍ୟାଘ୍ର ଗଣନା କାର୍ଯ୍ୟ ଚାଲିଛି। ଅଟେଇ, କଳାପାଟ, ଚମକପୁର ଓ ଜଙ୍ଘିରା ଅଞ୍ଚଳରେ ୯୮ ଟି ଟ୍ରାପ କ୍ୟାମେରା ଲଗାଯାଇଛି । ଏଥିରେ ଜିଲ୍ଲାର ସମସ୍ତ ସ୍କ୍ବାଡ୍, ଗାର୍ଡ ଓ ଫରେଷ୍ଟର୍ ସାମିଲ୍ ହୋଇଛନ୍ତି । ବାଘ ଯାତାୟତ କରୁଥିବା ସ୍ଥାନରେ ବାଘର ପାଦଚିହ୍ନ ଜାଣିବା ପାଇଁ ୧୮୯୬ ଟି ପିଆଇପି ସ୍ଥାପନ କରାଯାଇଛି ।

ଜଙ୍ଗଲ ଭିତରେ ୬ମିଟର୍ ଲମ୍ବ ଓ ୩ ମିଟର୍ ଓସାରର ହାଲୁକା ମାଟିରେ ପଗ୍ ମାର୍କ ଇମ୍ପ୍ରେସନ୍ ପ୍ୟାଡ୍ପ ପ୍ରସ୍ତୁତ କରାଯାଇଛି। ଏହି ସ୍ଥାନରୁ ବାଘର ପାଦଚିହ୍ନ ମିଳିଛି । ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବାଘର ପାଦଚିହ୍ନ, ମଳ, ମୂତ୍ର, ଲୋମ ଆଦି ସଂଗ୍ରହ କରାଯାଇଛି । ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଠାବ ହେବା ପରେ ଏଠାରେ ୪୮ ଟି ଟ୍ରାପ୍ କ୍ୟାମେରା ଲଗାଯାଇଛି ଓ ଆଗାମୀ ଦିନରେ ଆହୁରି ୬୪ ଟି କ୍ୟାମେରା ଲଗାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।ଦ୍ବିତୀୟ ପର୍ଯ୍ୟାୟ ଗଣନା ଶେଷ ହେବାପରେ ଜାନୁଆରୀ ୩୧ରେ ଜିଲ୍ଲାରେ କେତେ ସଂଖ୍ୟାରେ ବାଘ ଅଛନ୍ତି, ସେ ବିଷୟରେ ସ୍ପଷ୍ଟ ସୂଚନା ମିଳିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।…

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!