ଚନ୍ଦ୍ରରେ ବିପୁଳ ପରିମାଣର ମୂଲ୍ୟବାନ ଧାତୁ ରହିଛି । ସେଠାରେ ଖନନ ଲାଗି ବି ଦୃଷ୍ଟି ରଖିଛନ୍ତି ବଆଥ , ଋଷ ଭଳି ରାଷ୍ଟ୍ର । ଆଗକୁ ଋଷ ଓ ଚୀନ ଚନ୍ଦ୍ରକୁ ମାନବ ପଠାଇବା ଲାଗି ଯୋଜନା କରୁଛନ୍ତି ।ପୃଥିବୀଠାରୁ 3 ଲକ୍ଷ 84 ହଜାର 400 କିଲୋମିଟର ଦୂରରେ ଥିବା ଚନ୍ଦ୍ରର ପ୍ରଭାବରେ ପୃଥିବୀର ସମୁଦ୍ରରେ ଜୁଆର-ଭଟ୍ଟା ଘଟିଥାଏ । ବୈଜ୍ଞାନିକଙ୍କ ମତରେ ପ୍ରାୟା 450 କୋଟି ବର୍ଷ ପୂର୍ବେ ପୃଥିବୀକୁ ଏକ ବିରାଟ ବସ୍ତୁ ଧକ୍କା ଦେବା ପରେ ଚନ୍ଦ୍ରର ସୃଷ୍ଟି ହୋଇଥିଲା । 2008ରେ ଚନ୍ଦ୍ରଯାନ-1 ଅଭିଯାନ ବେଳେ ଚନ୍ଦ୍ରରେ ଜଳ ଥିବା ଜଣାପଡିଥିଲା । ନାସା ବି ଏହା କହିଛି । ଚନ୍ଦ୍ରରେ ଥିବା ହାଇଡ୍ରୋଜେନ ଓ ଅକ୍ସିଜେନ ମଲିକ୍ୟୁଲ ରକେଟ ଇନ୍ଧନ ଲାଗି ବ୍ଯବହୃତ ହୋଇପାରେ । ହିଲିୟମର ଏକ ଆଇସୋଟୋପ ହିଲିୟମ-3 ପୃଥିବୀରେ ବିରଳ କିନ୍ତୁ ଚନ୍ଦ୍ରରେ ଏକ ନିୟୁତ ଟନ ରହିଛି ବୋଲି କହିଛି ନାସା । ଏହି ଆଇସୋଟୋପ ଆଣବିକ ଶକ୍ତି ଲାଗି ଆବଶ୍ଯକ ହୋଇପାରେ । ଏହା ସହ ସ୍ମାର୍ଟଫୋନ, କମ୍ପ୍ଯୁଟର ଓ ନୂତନ ପ୍ରଯୁକ୍ତିରେ ଆବଶ୍ୟକ ବହୁ ଗୁରୁତ୍ବପୂର୍ଣ୍ଣ ବିରଳ ଧାତୁ ସମେତ ସ୍କାଣ୍ଡିଅମ, ୟିଟ୍ରିଅମ, ଲାନ୍ଥାନାଇଡ ଗଚ୍ଛିତ ରହିଛି ବୋଲି କହିଛି ଗବେଷଣା ସଂସ୍ଥା ବୋଇଂ ।

