ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୩ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୩ତମ ବାର୍ଷିର୍କ ସ୍ଥାନୀୟ ଏକ ତାରକା ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଥିଲେ ଯେ ଆଜି ଆମେ ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳୁଛୁ। ଏହି ଦିବସରେ ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ ଶ୍ରେଷ୍ଠ ସମ୍ମାନ ପ୍ରଦାନ କରାଯାଉଥିବାରୁ ଏହି ଦିନର ଗରିମା ବଢି ଯାଇଛି ।

ଯେଉଁମାନେ ଦେଶ ଓ ସମାଜ ପାଇଁ କାମ କରୁଛନ୍ତି ସେମାନଙ୍କୁ ଏହି ମଞ୍ଚରେ ସମ୍ମାନିତ କରାଯାଉଛି। ଏହା ଦ୍ବାରା ଅନ୍ୟମାନେ ଉତ୍ସାହିତ ହେବେ। ଓଡିଶାରେ ପ୍ରକୃତ ସମ୍ପଦ ସହ ୧୨ଟି ବଡ ବଡ ନଦୀ ରହିଛି। ଓଡିଶାରେ ବଡ ବଡ ବିଚ୍ ରହିଛି। ଏହାକୁ ବିକାଶ କଲେ ଓଡିଶାର ହଜାର ହଜାର ଯୁବପିଢୀ ଚାକିରୀ ପାଇପାରିବେ। ଆମର ଲକ୍ଷ୍ୟ ସବୁବେଳେ ବଡ ହେବା ଦରକାର। ନହେଲେ ଆମେ ଦିକ୍ଷିତ ଓଡିଶା ଗଠନ କରିପାରିବାନି। ଆମ ଭିତରେ ଆତ୍ମବିଶ୍ବାସ ରହିବା ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ସ୍ବଚ୍ଛ ଭାର ମିଶନ ଆରମ୍ଭ କରିଥିଲେ। ଆଜି ଯାଏଁ ଭାରତବାସୀ ଏହାକୁ ଅନୁକରଣ କରୁଛନ୍ତି। “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୩ ବର୍ଷର ଯାତ୍ରାର ଅଭିଯାନକୁ ଭୁୟଷୀ ପ୍ରଶଂସା କରିବା ସହ ସମାଜର ପ୍ରଗତି କ୍ଷେତ୍ରରେ ଅନନ୍ୟ ପଦକ୍ଷେପ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଡଃ ରବିନ୍ଦ୍ର ନାରାୟଣ ବେହେରା (ରାଜ୍ୟସଭ୍ୟ, ସାଂସଦ, ଯାଜପୁର) କହିଥିଲେ ଏବେ ଏଆଇର ଯୁଗ। ହେଲେ ଆମ ପାଇଁ ବଡ ଚ୍ୟାଲେଞ୍ଜ ହେଉଛି ସାଇବର ସିକ୍ୟୁରିଟି। ଭାରତ ହେଉଛି ବିଶ୍ବର ଶକ୍ତିଶାଳୀ ଦେଶ। ଇଣ୍ଟରଭ୍ୟୁ ଟାଇମସ୍ ସବୁ ବର୍ଗର ଖବରକୁ ସ୍ଥାନ ଦେଇଥିବାରୁ ସେ ପ୍ରଶଂସା କରିଥିଲେ।

ମୁଖ୍ୟ ବକ୍ତା ଡ.ବିକେ ଦାସ (ଡିଜି ଡିଆରଡିଓ(ଇସିଏସ) କହିଥିଲେ ମହାତ୍ମା ଗାନ୍ଧୀ ଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ସ୍ବପ୍ନର ସ୍ବଛ୍ଛ ଭାରତ ଗଠନରେ ଆମ ସମସ୍ତଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ପୂର୍ଣ ବୋଲା ମତ ପ୍ରକାଶ କରିବା ସହ ପତ୍ରୀକାର ପଗତି କାମନା କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ କିଶୋର କୁମାର ବାସା (ଚେୟାରମ୍ୟାନ, ନ୍ୟାସନାଲ ମୋମେଣ୍ଟ ଅଥରିଟି), ସମ୍ମାନିତ ଅତିଥି ଭାବେ ପଙ୍କଜ ମହାନ୍ତି ( ଚେୟାରମ୍ୟାନ, ଏମ୍‌ଜିଏମ୍ ମିନେରାଲ୍‌), ପଦ୍ମଶ୍ରୀ ଅରୁଣା ମହାନ୍ତି(ଓଡିଶୀ ନୃତ୍ୟଶିଳ୍ପୀ), ପି ଏଲ ହାଂସଦା (ଚେୟାରମ୍ୟାନ, ପାରାଦ୍ୱିପ ପୋର୍ଟ ଅଥରିଟି), ଡଃ ପ୍ରବୋଧ ମହାନ୍ତି (ୟୁ ସି ସି ଆଇ- ପ୍ରେସିଡେଣ୍ଟ), ପାର୍ଥଜିତ୍ ପଟ୍ଟନାୟକ (ନିର୍ଦେଶକ, ଫାଲକନ ଗ୍ରୁପ୍‌), ଡଃ ଶୁଭାଶିଷ ଦାସ (ଚେୟାରମ୍ୟାନ, ଆଇଟି ମିଡିଆ ନେଟୱାର୍କ) ଯୋଗ ଦେଇଥିଲେ।

ପ୍ରାଥମିକ ପର୍ଯ୍ୟାୟରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ମୁଖ୍ୟ ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ରଖି କହିଥିଲେ ଯେ କୌଣସି ଟିଆରପି ଦୌଡରେ ନଯାଇ ଆମେ ମାଗାଜିନ୍ ଆରମ୍ଭ କରିଥିଲୁ। ପାଠକଙ୍କ ଆର୍ଶିବାଦ ପାଇଁ ଆମେ ଏଠାରେ ପହଞ୍ଚି ପାରିଛୁ। ଆଗାମି ଦିନରେ କିଭଳି ଆହୁରି ଭଲ ହୋଇ ପାରିବ ତାହା ଉପରେ ଧ୍ୟାନ ଦେବୁ। “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ଦୀର୍ଘ ୧୩ ବର୍ଷର ଯାତ୍ରାରେ କିପରି ଖବର ମାଧ୍ୟମରେ ଦେଶ, ରାଜ୍ୟ ତଥା ସମାଜର ପ୍ରଗତିରେ ଏକ ସୁଦୃଢ଼ ବିନ୍ଧାଣି ଭାବେ କାର୍ଯ୍ୟ କରିଛି ସେ ନେଇ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ କରାଯାଇଥିଲା ।

ମଞ୍ଚ ସଭା ପରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୩୦ ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ “ଶ୍ରେଷ୍ଠ ୩୦ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ” ସମ୍ମାନ ଓ ୪ ଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ଜନକ “ଜୀବନ ବ୍ୟାପି ସାଧନା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ପ୍ରସିଦ୍ଧ କଣ୍ଠଶିଳ୍ପୀ ଜ୍ୟୋର୍ତିମୟୀ ନାୟକ ନିଜର ସଙ୍ଗୀତ ଚାତୁରୀରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ଅରୁଣ କୁମାର ମାହାନା (ସି.ଓ.ଓ), ପ୍ରମୋଦ କୁମାର ଲେଙ୍କା (ମୁଖ୍ୟ ବାଣିଜ୍ୟ ଅଧିକାରୀ) ଓ ଲୋକସମ୍ପର୍କ ଅଧିକାରୀ ରାଜୀବ ନୟନ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସହସମ୍ପାଦକ ଶୁଭୋଜିତ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!