ବଦଳିବ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ

ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ। ଗୋଟିଏ ବର୍ଷ ପରେ ରଙ୍ଗ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୨୩-୨୪ ଶିକ୍ଷାବର୍ଷରେ ବିଜେଡି ସରକାର ସମୟରେ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ‘ହଣ୍ଟର ଗ୍ରିନ୍‌’ କରାଯାଇଥିଲା। ଏବେ ତାହାକୁ ବଦଳାଯାଇ ବାଦାମି ରଙ୍ଗର ଗାରପକା ସାର୍ଟ ଓ ଖଇରିଆ ରଙ୍ଗର ପ୍ୟାଣ୍ଟ ରଖିବାକୁ ନିଷ୍ପତ୍ତି ହୋଇଛି।

ଛାତ୍ରଙ୍କ ପାଇଁ ଫୁଲ୍‌ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡ଼ିଦାର-ପଞ୍ଜାବୀ ସହ ଜ୍ୟାକେଟ୍‌ ପୋଷାକ ରହିଛି। ଛାତ୍ରୀଙ୍କ ଜ୍ୟାକେଟ୍‌ରେ ଦୁଇଟି ପକେଟ୍‌ ରହିଛି। ଛାତ୍ରଙ୍କର ବେଲ୍ଟ ରହିବ। ଡ୍ରେସ୍‌ରେ କୌଣସି ଲୋଗୋ ରହିବ ନାହିଁ। ଯେଉଁ ବିଦ୍ୟାଳୟରେ ପୁରୁଣା ରଙ୍ଗର ୟୁନିଫର୍ମ ଲାଗୁ ହୋଇ ନାହିଁ କିମ୍ବା ବଣ୍ଟନ କରାଯାଇ ନାହିଁ ସେଠାକାର ପିଲାଙ୍କ କ୍ଷେତ୍ରରେ ଏହି ନୂତନ ରଙ୍ଗର ୟୁନିଫର୍ମ ଲାଗୁ କରାଯିବ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ହାଇସ୍କଲରେ ପଢ଼ୁଥିବା ପିଲାଙ୍କୁ ପୋଷାକ ବଣ୍ଟନ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଅନୁମୋଦନ କରାଯିବା ସହ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଅବଗତ କରାଯାଇଛି। ତେବେ କେବେ ସୁଦ୍ଧା ପିଲାଙ୍କୁ ୟୁନିଫର୍ମ ମିଳିବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ।

 

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!