ରାଜ୍ୟରେ ୨ ଦିନ ଅନୁଭୂତ ହେବ ଗରମ । ଶୁଷ୍କ ବାୟୁ ପ୍ରବାହ ପ୍ରଭାବରେ ଗରମ ଅନୁଭୁତ ହେବ । ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨ ଦିନ ପରେ ରାଜ୍ୟରେ ବଦଳିବ ପାଗ। ରାତି ତାପମାତ୍ରା ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମିବା ସହ ଶୀତ ଅନୁଭୁତ ହେବ। କାର୍ତ୍ତିକରେ ଖରା ଛାଇ ଖେଳ ଦେଖିବାକୁ ମିଳୁଛି । ଆସନ୍ତାକାଲି ମଧ୍ୟ ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି ।

