ବୃହତ୍ ଶିଳ୍ପ ନିବେଶ ପ୍ରକଳ୍ପ ଅଗ୍ରଗତି ନେଇ ସମୀକ୍ଷା

ବୈଠକରେ ନାଲକୋ ଓ ଆଦାନୀ ଗ୍ରୁପ୍ର ଓଡ଼ିଶାରେ ଚାଲୁଥିବା ଏବଂ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ନାଲକୋ ସମ୍ପର୍କିତ ଆଲୋଚନାରେ ସ୍ମେଲ୍ଟର ଓ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ଏବଂ ଉତ୍କଳ ‘ଡି’ ଏବଂ ‘ଇ’ କୋଇଲା ଖଣି ଭଳି ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ଜମି ଅଧିଗ୍ରହଣ ଓ ହସ୍ତାନ୍ତର, ପୁନର୍ବାସ ଓ ଥଇଥାନ, ଜନଶୁଣାଣି, ଗ୍ରାମସଭା ଏବଂ ପ୍ରକଳ୍ପ ସହ ଜଡ଼ିତ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଆଦି ବିଷୟର ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା ।
ଆଦାନୀ ଗ୍ରୁପ୍ ର ବନ୍ଦର ଓ ବନ୍ଦର ସମ୍ପ୍ରସାରଣ, ଶିଳ୍ପ ପାର୍କ, ଶକ୍ତି, ଆଲୁମିନିୟମ୍, ସିମେଣ୍ଟ, କୋଲ୍ ଗ୍ୟାସିଫିକେସନ୍, ଡାଟା ସେଣ୍ଟର, ଖଣି, ଲଜିଷ୍ଟିକ୍ସ ଭଳି ବିଭିନ୍ନ କ୍ଷେତ୍ରରେ ନିବେଶ ସୁଯୋଗ ଓ ପ୍ରକଳ୍ପ ଯୋଜନା ଉପସ୍ଥାପିତ ହୋଇଥିଲା । ବିଶେଷକରି ଧାମରା ଓ ଗୋପାଳପୁର ବନ୍ଦରର ସମ୍ପ୍ରସାରଣ, ଶିଳ୍ପ ପାର୍କ, ଆର୍ଥିକ କରିଡର ଓ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ସମ୍ପର୍କରେ ଆବଶ୍ୟକତା ଓ ସମ୍ଭାବନା ନେଇ ଆଲୋଚନା ହୋଇଥିଲା । ଜମି ଆବଶ୍ୟକତା, ଅଧିଗ୍ରହଣ, ସଡ଼କ ଓ ରେଳ ସଂଯୋଗ, ଉପକୂଳ ନିୟନ୍ତ୍ରଣ ଅଂଚଳ ସମ୍ପର୍କିତ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ଆବଶ୍ୟକ ସହଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ନିବେଶକମାନଙ୍କୁ ଆବଶ୍ୟକ ସରକାରୀ ସହଯୋଗ ଯୋଗାଇ ଦେଇ ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।
ଶ୍ରୀମତୀ ଗର୍ଗ ପ୍ରକଳ୍ପଗୁଡ଼ିକୁ ସମୟସୀମା ମଧ୍ୟରେ କାର୍ଯ୍ୟକ୍ଷମ କରିବା, ନିବେଶ ବୃଦ୍ଧି, ରୋଜଗାର ସୃଷ୍ଟି ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବିଭାଗ, ନିବେଶକ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଘନିଷ୍ଠ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!