ଚନ୍ଦ୍ରଭାଗା ରେ  ବୁଡ଼ିଯାଇ ୩ ମୃତ

ପୁରୀ ଜିଲ୍ଲା ଚନ୍ଦ୍ରଭାଗା ବେଳାଭୂମି ନିକଟରେ ଆଜି ଅପରାହ୍‌ଣରେ ଏକ ଅଭାବନୀୟ ଘଟଣା ଘଟିଛି। ଚନ୍ଦ୍ରଭାଗା ଓ ଇକୋରିଟ୍ରିଟ୍‌ ମଝିରେ ସମୁଦ୍ରରେ ଗାଧୋଉଥିବା ବେଳେ ୩ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଭୁବନେଶ୍ବର ଉପକଣ୍ଠ ପାହାଳର ପିଣ୍ଟୁ ପଟ୍ଟନାୟକ, ରାହୁଲ କୁମାର ଓ କୋଣାର୍କ ଜମାଦଳାର ଅରୂପାନନ୍ଦ ଜେନା।

ସୂଚନା ଅନୁସାରେ ଚନ୍ଦ୍ରଭାଗାରୁ ରାମଚଣ୍ଡୀ ରାସ୍ତାରେ ସମୁଦ୍ରର ଇକୋରିଟ୍ରିଟ୍‌ ନିକଟରେ ଆଜି ଅପରାହଣ୍‌ରେ ପିଣ୍ଟୁ ପଟ୍ଟନାୟକ, ରାହୁଲ କୁମାର ଓ ଅରୂପାନନ୍ଦ ଜେନା ଗାଧୋଉଥିଲେ। ଅସାବଧାନତା ଯୋଗୁଁ ସେମାନେ ବୁଡ଼ିଯାଇଥିଲେ। ତଟରକ୍ଷୀ ବାହିନୀଙ୍କ ଦ୍ବାରା ସେମାନଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିଲା। ଗୁରୁତରମାନଙ୍କୁ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଜଣଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ମଧ୍ୟ ଗୁରୁତରଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

Post Views68 Total Count

Apply Now


This will close in 0 seconds

error: Content is protected !!