କେନ୍ଦୁଝରଜିଲ୍ଲା ହାଟଡିହି ବ୍ଲକର ପିଇଓ ଜିତେନ୍ଦ୍ର ଜେନାଙ୍କ ବସନ୍ତିଆ ସ୍ଥିତ ଘର ଓ ପତ୍ନୀଙ୍କ ନାମରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ମୋଟ ୬ଟି ସ୍ଥାନରେ ଏହି ଚଢ଼ାଉ କରା ଯାଉଥିବା ସୂଚନା ମିଳିଛି। ଆଜି ଭୋର ସମୟରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। କେନ୍ଦୁଝର ଭିଜିଲାନ୍ସ ବିଭାଗର ୪ଜଣ ଡିଏସପି, ୮ଜଣ ଇନ୍ସପେକ୍ଟରଙ୍କୁ ନେଇ ହାଟଡିହି ବ୍ଳକର ୬ଟି ସ୍ଥାନରେ ଏହି ଚଢ଼ାଉ କରାଯାଉଛି। ମରୈଗାଁସ୍ଥିତ ନିଜ ଘର, ବସନ୍ତିଆରେ ଥିବା ଘର, ଜଗନ୍ନାଥପୁରରେ ଥିବା ଦୋକାନ, ଗୋଦାମ ଘର, ବନ୍ତଳାସ୍ଥିତ ପୈତୃକ ଘର, ବଞ୍ଚୋ ଓ ବାଲିବରେଇ ପଞ୍ଚାୟତ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି।
ଜିତେନ୍ଦ୍ର ଦୀର୍ଘ ବର୍ଷ ହେବ ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତର ପିଇଓ ଥିବାବେଳେ ଏବେ ବଞ୍ଚୋ ଏବଂ ବାଲିବରେଇ ପଞ୍ଚାୟତର ପିଇଓ ଅଛନ୍ତି।ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା। ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ବିରୁଦ୍ଧରେ ଦୀର୍ଘଦିନ ଧରି ଚାଲୁଥିବା ଗୁପ୍ତ ତଦନ୍ତ ପରେ ଭିଜିଲାନ୍ସ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି। ତାଙ୍କ ଆୟ ସହ ମେଳ ନ ଥିବା ବିପୁଳ ସମ୍ପତ୍ତି ରଖିଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି।ଭିଜିଲାନ୍ସ ଟିମ୍ ଏକାସାଥିରେ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ୪ଟି ଠିକଣାରେ ଚଢ଼ାଉ କରିଥିଲା। ଭୁବନେଶ୍ୱରରେ ଥିବା ବହୁତଳ ଅଟ୍ଟାଳିକା ସହ ବଡ଼ଗଡ଼ ବ୍ରିଟ କଲୋନିରେ ଥିବା ୨ଟି ତିନି ମହଲା କୋଠା, ଏବଂ ଖୋର୍ଦ୍ଧା ଜିଲ୍ଲାରେ ଥିବା ୨ଟି ଦୁଇ ମହଲା କୋଠାରେ ଚଢ଼ାଉ ହୋଇଥିଲା। ଏଣେ ବାରଙ୍ଗରେ ଥିବା ତାଙ୍କ କାର୍ଯ୍ୟାଳୟରେ ବି ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି। ଏହି ଚଢ଼ାଉ ଏବେ ବି ଜାରି ରହିଛି। ଏହି ଚଢ଼ାଉ ସମୟରେ ୪ ଡିଏସପି, ୭ ଇନ୍ସପେକ୍ଟର୍ ଓ ୮ଜଣ ଏସଆଇ ନିୟୋଜିତ ହୋଇଥିବା ଜଣାଯାଇଛି।
ଚଢ଼ାଉ ସମୟରେ ଭିଜିଲାନ୍ସ ଟିମ୍ ବିଡାବିଡା ନଗଦ ଟଙ୍କା, ସୁନା ଓ ରୁପା ଅଳଙ୍କାର, ଦାମୀ ଘଣ୍ଟା, ବିଦେଶ ଯାତ୍ରା ସମ୍ପର୍କିତ ପାସପୋର୍ଟ, ଜମିଜମା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଏଟିଏମ୍ କାର୍ଡ ଆଦି ଜବତ କରିଛି। ତାଙ୍କର ଭୁବନେଶ୍ବର ଘରୁ ନଗଦ ୬ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଥିବାର ପ୍ରାଥମିକ ସୂଚନା ରହିଛି। ଜବତ ସମ୍ପତ୍ତିର ମୂଲ୍ୟାୟନ ଏପର୍ଯ୍ୟନ୍ତ ଜାରି ରହିଛି।

